Only for Entertainment

ରିଲିଜ ହେଲା ‘ବାଗୀ-୨’ର ନୂଆ ଗୀତ, ହୋଲି ଉତ୍ସବରେ ଦର୍ଶକଙ୍କୁ ଝୁମେଇବେ ଟାଇଗର ଏବଂ ଦିଶା

Amar Ujala
0 52

ବଲିଉଡ ଫିଲ୍ମରେ ପୁରୁଣା ଗୀତର ରିମେକ୍ ଟ୍ରେଣ୍ଡ ବର୍ତ୍ତମାନ ଚାଲିଛି । ଫିଲ୍ମ ‘ବାର ବାର ଦେଖୋ’ର ‘କାଲା ଚସମା’ ଠାରୁ ଆରମ୍ଭ କରି ‘ଆଶିକ ବନାୟା ଆପନେ’ ପର୍ଯ୍ୟନ୍ତ ପୁରୁଣା ଗୀତର ରିମେକ ଦେଖିବାକୁ ମିଳୁଛି । ବର୍ତ୍ତମାନ ଫିଲ୍ମ ‘ବାଗୀ-୨’ର ନୂଆ ଗୀତ ରିଲିଜ ହୋଇଛି । ଏହି ଗୀତଟି ସୁପରହିଟ ଗୀତ ‘ମୁଣ୍ଡିୟା ତୋ ବଚ କେ’ର ରିମେକ୍ ଅଟେ ।
ଟାଇଗର ଶ୍ରଫ ଟୁଇଟ କରି ଗୀତ ରିଲିଜ ହେବାର ସୂଚନା ଦେଇଥିଲେ । ଟାଇଗର ଟୁଇଟ କରି ଲେଖିଥିଲେ ଯେ ଏହା ହେଉଛି ‘ବାଗୀ-୨’ର ଗୀତ ‘ମୁଣ୍ଡିଆ ତୋ ବଚ କେ’, ମୋର ଆଶା ଏହି ଗୀତ ସମସ୍ତଙ୍କୁ ପସନ୍ଦ ଆସିବ ।

ହୋଲିରେ ଦର୍ଶକଙ୍କୁ ଝୁମେଇବା ପାଇଁ ଏହି ସୁପରହିଟ ଟ୍ରାକକୁ ପ୍ରସ୍ତୁତ କରାଯାଇଛି । ଏହି ଗୀତରେ ଟାଇଗର ଏବଂ ଦିଶା ପଟ୍ଟାନୀ ଭାଙ୍ଗଡା କରୁଥିବା ନଜର ଆସିଛନ୍ତି । ଏଥିରେ ଟାଇଗର ଏବଂ ଦିଶା ଦୁହିଁଙ୍କର ଜବରଦସ୍ତ ଡ୍ୟାନ୍ସ ମ୍ୟୁଭସ୍ ଦେଖିବାକୁ ମିଳିଛି । ଏହି ଗୀତକୁ ଚନ୍ନୀ ସିଂ ଲେଖିଥିଲେ । ବର୍ତ୍ତମାନ ଏହାର ଏକ ନୂଆ ଭର୍ସନ ଦେଖିବାକୁ ପାଇବେ ଦର୍ଶକ ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଜବରଦସ୍ତ ଭାବେ ରିଲିଜ କରାଯାଇଥିଲା । ଏହି ଫିଲ୍ମକୁ ସାଜିଦ ନାଡିୟାୱାଲା ଏବଂ ଫକ୍ସ ଷ୍ଟାର ପ୍ରଡ୍ୟୁସ କରୁଥିବା ବେଳେ ଟାଇଗର ଏବଂ ଦିଶାଙ୍କ ବ୍ୟତୀତ ଫିଲ୍ମରେ ମନୋଜ ବାଜପେୟୀ, ରଣଦୀପ ହୁଡ୍ଡା ଏବଂ ପ୍ରତୀକ ବବର ପରି କଳାକାର ନଜର ଆସିବେ । ଏହି ଫିଲ୍ମ ୩୦ ମାର୍ଚ୍ଚକୁ ରିଲିଜ ହେବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More