Only for Entertainment

ବାହୁବଲୀ ଅଭିନେତା ପ୍ରଭାସ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ନିଜର ପ୍ରଥମ ଫଟୋ, ୨ଦିନରେ ପାଖାପାଖି ୯ଲକ୍ଷ ଫଲୋର୍ସ !

64

ବାହୁବଲୀ ଅଭିନେତା ପ୍ରଭାସ ଦୁଇ ଦିନ ପୂର୍ବେ ଅର୍ଥାତ ୧୬ଅପ୍ରେଲରେ ଇଂଷ୍ଟାଗ୍ରାମରେ ଡେବ୍ୟୁ କରିଥିଲେ । କେବଳ ଏହି ଗୋଟେ ପୋଷ୍ଟ ସହ ତାଙ୍କର ଫ୍ୟାନ ଫଲୋଇଂଗ ପାଖାପାଖି ୯ଲକ୍ଷ ପର୍ଯ୍ୟନ୍ତ ପହଂଚିଛି । ପ୍ରଭାସ କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ସାହୋ’ପ୍ରସ୍ତୁତିରେ ଲାଗି ପଡିଛନ୍ତି ଏହାମଧ୍ୟରେ ସେ ଇନଷ୍ଟାଗ୍ରାମରେ ମଧ୍ୟ ଏଂଟ୍ରି କରିସାରିଛନ୍ତି ।

ଇଂଷ୍ଟାଗ୍ରାମରେ ତାଙ୍କର ଫ୍ୟାନଙ୍କ ସଂଖ୍ୟା କେବଳ ଦୁଇ ଦିନରେ ୮ଲକ୍ଷ ୫୯ହଜାର ହୋଇଛି ଏବଂ ଦୃତମାତ୍ରାରେ ସଂଖ୍ୟା ବଢିବାରେ ଲାଗିିଛି । ଏଠାରେ ଆମେ ଆପଣଙ୍କୁ ଏହାମଧ୍ୟ କହିବାକୁ ଚାହୁଁଛୁ ଯେ ଏହା ଭେରିଫାଇଡ ଅକାଉଂଟ ନୁହେଁ । ପ୍ରଭାସ ନିଜ ଏହି ଫଟୋ ଶେୟାରିଂ ୱେବସାଇଟରେ ୧୬ଘଂଟା ପୂର୍ବରୁ ଏକ ଫଟୋ ପୋଷ୍ଟ କରିଥିଲେ, ଯାହାକୁ ଏବେ ପର୍ଯ୍ୟନ୍ତ ୨ଲକ୍ଷ ୭୫ହଜାରରୁ ଅଧିକ ଲୋକ ଲାଇକ କରିସାରିଲେଣି । ପ୍ରଭାସ ନିଜ ପ୍ରଥମ ଫଟୋ ବାହୁବଲୀ ଭୂମିକାର ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ଏକ ଖଣ୍ଡା ଧରିଥିବାର ନଜର ଆସିଛନ୍ତି ।

 

View this post on Instagram

 

A post shared by Prabhas (@actorprabhas) on

ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ପ୍ରଭାସ ଏକ ପ୍ରେସ ରିଲିଜରେ କହିଥିଲେ ଯେ ସେ ଫାଇନାଲି ଇଂଷ୍ଟାଗ୍ରାମରେ ନଜର ଆସିବେ । ଶୁଣିବାକୁ ତ ଏଭଳି ମିଳୁଛି ଯେ ସେ ଖୁବ ସେ ଗ୍ରାଣ୍ଡ ତରିକାରେ ଏଂଟ୍ରି କରିବା ପ୍ରସ୍ତୁତିରେ ଅଛନ୍ତି , କିନ୍ତୁ ସତ ହେଉଛି ସେ ଖୁବ ସାଧାରଣ ପ୍ରକ୍ରିୟାରେ ଆରମ୍ଭ କରିଛନ୍ତି । ତାଙ୍କର ଅକାଉଂଟ ନାଁ ରହିଛି
ମଜାଦାର କଥା ହେଉଛି ପ୍ରଭାସ ଇଂଷ୍ଟାଗ୍ରାମରେ ଏଂଟ୍ରି କରିବା ପରେ ନା କିଛି ଫଟୋ ରଖିଥିଲେ ନା କିଛି ପୋଷ୍ଟ କରିଥିଲେ । ଏହାସତ୍ତେ୍ୱ ମଧ୍ୟ ଫଲୋର୍ସଙ୍କ ସଂଖ୍ୟା ଲକ୍ଷ ଲକ୍ଷଙ୍କର ପହଂଚିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ପ୍ରଭାସ ସୁଜିତ ନିର୍ଦ୍ଦେଶିତ ଫିଲ୍ମ ସାହୋର ସୁଟିଂରେ ବ୍ୟସ୍ତ ଅଛନ୍ତି , ତାଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୂର । ଏହି ଫିଲ୍ମରେ ଆଉ କୌଣସି ବଲିଉଡ କଳାକାର ନଜର ଆସିବେ ନାହିଁ । ଏହି ଫିଲ୍ମ ୧୫ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More