Only for Entertainment

ହାଉସଫୁଲ-୪ ରେ ଖତରନାକ ଚରିତ୍ରରେ ନଜର ଆସିବେ ଏହି ବାହୁବଳୀ ଫେମ ଆକ୍ଟର ।

BizAsia
52

କମେଡି ଫିଲ୍ମର ଚର୍ଚ୍ଚିତ ସିରିଜ ହାଉସଫୁଲର ଚତୁର୍ଥ ସଂସ୍କରଣ ଖୁବ ମଜାଦାର ରହିବ ବୋଲି ଆଶା କରାଯାଉଛି । ‘ହାଉସଫୁଲ-୪’ର ଲେଖକ ତଥା ନିର୍ଦ୍ଦେଶକ ଫରହାଦ ସମଜୀ ଖୁଲାସା କରିଛନ୍ତି ଯେ, ବାହୁବଳୀ ଫେମ ଆକ୍ଟର ରାଣା ଦାଗୁବତୀ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମରେ ତାଙ୍କୁ ଖତରନାକ ଚରିତ୍ରରେ ଦେଖିବାକୁ ମିଳିବ ବୋଲି ନିର୍ଦ୍ଦେଶକ ସୂଚନା ଦେରଇଛନ୍ତି । ନାନା ପଟେକରଙ୍କ ନାମରେ ତନୁଶ୍ରୀ ଦତ୍ତା ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିଲା । ଏବେ ନାନାଙ୍କ ସ୍ଥାନରେ ରାଣା ଫିଲ୍ମରେ ନଜର ଆସିବେ ।

ରାଣା ହାଉସଫୁଲ-୪ର ସୁଟିଂ ନଭେମ୍ବରରୁ ଆରମ୍ଭ କରିଛନ୍ତି । ନିର୍ଦ୍ଦେଶକ ଫରହାଦ କରିଛନ୍ତି ଏବେ ଠାରୁ ତାଙ୍କ ଭୂମିକା ବିଷୟରେ କହିବା ଠିକ ହେବ ନାହିଁ । ଏହା ଏକ ମହତ୍ୱପୂର୍ଣ୍ଣ ଭୂମିକା । କହିରଖୁଛୁ ଯେ, ଫିଲ୍ମରେ ରାଣାଙ୍କ ବ୍ୟତିତ ଅକ୍ଷୟ କୁମାର, ରିତେଶ ଦେଶମୁଖ ଏବଂ ବବି ଦେୱଲଙ୍କ ପରି କଳାକାର ଲିଡ ରୋଲରେ ନଜର ଆସିବେ ।

ଫିଲ୍ମରେ କେବଳ ନାନା ପାଟେକରଙ୍କ ସ୍ଥାନ ରେ ରାଣାଙ୍କୁ ରଖାଯାଇ ନାହିଁ । ଫିଲ୍ମର ନିର୍ଦ୍ଦେଶକ ସାଜିଦ କାନଙ୍କ ନାମରେ ଯୌନ ଶେଷଣର ଆରୋପ ଲାଗିବା ପରେ ତାଙ୍କୁ ମଧ୍ୟ ଫିଲ୍ମରୁ ହଟାଇ ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More