Only for Entertainment

ଗହମ କ୍ଷେତରେ ନଜର ଆସିଲେ ରାମଦେଵ ବାବା, କାଟିବାକୁ ଲାଗିଲେ ଗହମ !

19

ଚାଷୀ ବେଶରେ ନଜର ଆସିଲେ ଯୋଗଗୁରୁ ବାବା ରାମଦେବ । ଯୋଗ, କୁସ୍ତି ଏବଂ ବ୍ୟବସାୟ କରି ଚର୍ଚ୍ଚାକୁ ଆସିଥିବା ବାବା ରାମଦେବ ଏବେ ଏକ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି । ହରିଦ୍ୱାର ପତଞ୍ଜଳି ପୀଠ ନିକଟରେ ବାବା ରାମଦେବଙ୍କୁ ଗହମ କାଟୁଥିବାର ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ବାବା ରାମଦେବ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି । ହରିଦ୍ୱାରରେ ଥିବା ପତଞ୍ଜଳି ଯୋଗ ପୀଠରେ ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ବାହାରିଥିବା ବେଳେ ଚାଷୀମାନଙ୍କୁ ଗହମ କାଟୁଥିବାର ଦେଖିବାକୁ ପାଇଥିଲେ ଯୋଗଗୁରୁ ରାମଦେବ ।

ଏହା ଦେଖି କାଳବିଳମ୍ବ ନକରି ତୁରନ୍ତ ଯାଇ ସେଠାରେ ପହଞ୍ଚିଥିଲେ । ସେଠରେ ପହଞ୍ଚି ଚାଷୀଙ୍କ ସହ ମିଶି ଗହମ କାଟିବା ଆରମ୍ଭ କରି ଦେଇଥିଲେ ବାବା ରାମଦେବ । ଯୋଗ କରିବା ବେଳେ ବାବାଙ୍କର ଯେଉଁ ଗତି ଦେଖିବାକୁ ମିଳିଥାଏ, ଚାଷ କାମ କରିବା ସମୟରେ ମଧ୍ୟ ତାଙ୍କର ସେହି ଦୃତଗତିରେ ଦେଖିବାକୁ ମଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More