Only for Entertainment

ଇଣ୍ଡିଆନ ଆଇଡଲ:ପ୍ରତିଯୋଗୀଙ୍କ ଗୀତରେ ବାବା ରାମଦେବଙ୍କ ଯୋଗ ଡ୍ୟାନ୍ସ ।

aajtak
31

ଟିଭି ଶୋ ଇଣ୍ଡିଆନ ଆଇଡଲ ୧୦ର ସେଟରେ ବାବା ରାମଦେବ ଦୀପାବଳିର ବିଶେଷ ଏପିସୋଡରେ ଶୋ’ର ଶୋଭା ବଢାଇଥିବା ନଜର ଆସିଛି । ପ୍ରତିଯୋଗୀ ସଲମାନ ଅଲି ଗୀତ ଜୟ ହୋରେ ଜବରଦସ୍ତ ପର୍ଫମ କଲେ । ଗୀତରେ ବାବା ରାମଦେବ ଏତେ ମୁଗ୍ଧ ହୋଇଗଲେଯେ ଗୀତରେ ତାଳେ ତାଳେ ଯୁଗଳବନ୍ଦୀ କରିବା ଆରମ୍ଭ କରିଦେଲେ । ସେ ଯୋଗ ଡ୍ୟାନ୍ସ କଲେ ଏହି ମଂଚରେ । ସେଠାରେ ପ୍ରସିଦ୍ଧ ଗାୟକ ଜାଭେଦ ଅଲି ମଧ୍ୟ ପହଂଚିଥିଲେ ।

ପ୍ରତିଯୋଗୀ ମାନଙ୍କ ଗୀତ ସହିତ ବାବା ରାମଦେବ ଯୋଗ ଡ୍ୟାନ୍ସ କଲେ । ସେହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।ହୋଷ୍ଟ ମନିଷ ବାବାଙ୍କୁ ଚ୍ୟାଲେଂଜ ଦେଲେ କିନ୍ତୁ ପଛରେ ରହିଲେ ନାହିଁ ବାବା ରାମଦେବ । ସେ ମନିଷଙ୍କ ଚ୍ୟାଲେଂଜକୁ ଗ୍ରହଣ କଲେ ।ମନିଷଙ୍କ ସହିତ କୁସ୍ତି କଲେ ବାବା ।

ଓଲମାନ ଅଲିଙ୍କ ଗୀତରେ ନେହା କକ୍କର,ବିକାଶ ଦଦଲାନି ଏବଂ ଅତିଥି ଜାଭେଦ ଏତେ ପ୍ରଭାବିତ ହେଲେଯେ ଜାଭେଦ ଷ୍ଟେଜକୁ ନ ଯାଇ ରହିପାରିଲେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More