Only for Entertainment

ବାବୁଶାନଙ୍କୁ ନେଇ ତାଙ୍କ ଫ୍ୟାନ୍ କ୍ଲବର ସ୍ୱତନ୍ତ୍ର ପ୍ରସ୍ତୁତି, ନିର୍ମାଣ କଲେ ଫ୍ୟାନ୍ ଆନ୍ଥେମ୍ ‘ଜାନ ଜାନ ସବକା ଜାନ ବାବୁଶାନ’

OdiaMp3Song
0 75

ଓଲିଉଡର ଦେଶୀ ହିରୋ ବାବୁଶାନଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏକ ଫ୍ୟାନ୍ ଆନ୍ଥେମ୍ । ବାବୁଶାନ୍ ଫ୍ୟାନ୍ କ୍ଲବ୍ ତରଫରୁ ଏହି ଗୀତ ପ୍ରସ୍ତୁତ କରାଯାଇଛି । ଗୀତଟିର ନାଁ ରହିଛି ‘ଜାନ ଜାନ ସବକା ଜାନ ବାବୁଶାନ’ । ଏହି ଗୀତରେ କଣ୍ଠଦାନ କରିଛନ୍ତି ତାରିକ୍ ଅଜିଜ୍ । ବୈଦନାଥ ଦାସଙ୍କ ସଙ୍ଗୀତରେ ଏହି ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ । ଗୀତରେ ଅଭିନେତା ବାବୁଶାନଙ୍କ ଢେର୍ ପ୍ରଶଂସା କରାଯାଉଛି । ଅଭିନେତା ବାବୁଶାନ୍ ମହାନ୍ତି, ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ନାୟକ । ଦର୍ଶକ ମଧ୍ୟ ତାଙ୍କ ଅଭିନୟକୁ ଖବ ପସନ୍ଦ କରିଥାନ୍ତି । ଯାହାକୁ ନେଇ ଏଭଳି ଏକ ଫ୍ୟାନ୍ ଆନ୍ଥେମ୍ ପ୍ରସ୍ତୁତ କରାଯାଇଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More