Only for Entertainment

ବାବୁଶାନଙ୍କ ନାମରେ ଚାଲାଣ କାଟିଲା ପୋଲିସ

23

 ଫିଲ୍ମ ହିରୋଙ୍କ ନାଁରେ ପଡିଲା ଟ୍ରାଫିକ ଫାଇନ । ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତା ବାବୁସାନଙ୍କ ଘରକୁ ଯାଇଛି ଟ୍ରାଫିକ ଚାଲାଣ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ଜରିମାନା କାଟିଛି ଟ୍ରାଫିକ ପୁଲିସ ।

ତେବେ ଗତକାଲି ସଂଧ୍ୟା ୮ଟା ବେଳେ ସୁପରଷ୍ଟାର ବାବୁସାନ ବିନା ହେଲମେଟରେ ଗାଡି ଚଳାଇବା ଅଭିଯୋଗରେ ତାଙ୍କ ନାଁରେ ଚାଲାଣ କଟାଯାଇଛି। ନିୟମ ନମାନି ବିନା ହେଲମେଟରେ ଗାଡି ଚଳାଉଥିବାରୁ ବାବୁସାନଙ୍କ ବିରୋଧରେ ହଜାରେ ଟଙ୍କା ଚାଲାଣ କାଟିଛି ଟ୍ରାଫିକ ପୁଲିସ।

ତେବେ ଭୁବନେଶ୍ୱରର କଳିଙ୍ଗ ନଗର ଅଞ୍ଚଳରେ ବାବୁସାନ ବିନା ହେଲମେଟରେ ଗାଡି ଚଳାଇଥିବା ଚାଲାଣରେ ଉଲ୍ଲେଖ କରାଯାଇଛି । ତେବେ ନୂଆ ଟ୍ରାଫିକ୍ ନିୟମ ଅନୁସାରେ ନିୟମ ଭାଙ୍ଗିଥିବାରୁ ତାଙ୍କ ବିରୋଧରେ ୧ ହଜାର ଟଙ୍କାର ଚାଲାଣ କଟାଯାଇଛି । ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ପୁଲିସ ଧରପଗଡ ଆରମ୍ଭ କରିଥିଲା । ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ଜରିମାନା ପକାଇ ସେମାନଙ୍କୁ ସଚେତନ କରୁଥିଲା । ତେବେ ୩ ମାସ ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମ କୋହଳ କରିବା ପରେ ବି ହେଲମେଟ, ରଙ୍ଗ ରୁଟ ଆଦିର ଯାଞ୍ଚ ଜୋରଦାର ହେଉଛି । ଆଉ ସେ ନିୟମ ନମାନିଥିବାରୁ ବାବୁସାନଙ୍କ ଉପରେ ଫାଇନ ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More