Only for Entertainment

ଏଥର ରଜରେ ଅନୁଭବ ବନାମ ବାବୁଶାନ, ପ୍ରେମକୁମାରଙ୍କୁ ଟକ୍କର ଦେବେ ସୁନ୍ଦରଗଡର ସଲମାନ୍

English News
0 72

ଏଥର ରଜରେ ପରଦାରେ ହେବ ଜବରଦସ୍ତ ଟକ୍କର । କାରଣ ସାମନା ସାମ୍ନି ହେବେ ଦୁଇ ସୁପରଷ୍ଟାର୍ ଅନୁଭବ ମହାନ୍ତି ଓ ବାବୁଶାନ୍ ମହାନ୍ତି । ଅନୁଭବ ଏଥର ନିଜ ଫ୍ୟାନ୍ସଙ୍କୁ ଭେଟିଦେବେ ଚଳଚ୍ଚିତ୍ର ପ୍ରେମ କୁମାର୍ । ସେହିପରି ବାବୁଶାନ୍ଙ୍କ ରଜ ରିଲିଜ୍ ସିନେମା ହେଉଛି ସୁନ୍ଦରଗଡର ସଲମାନ୍ ଖାନ୍ ।

ପୁଣିଥରେ ଏହି ଦୁଇ ନାୟକ ଏକାଠି ପରଦାକୁ ଆସିବେ । ହେଲେ ଦୁଇଟି ଭିନ୍ନ ଭିନ୍ନ ସିନେମାରେ । ଆଉ ଏହି ଦୁଇଟି ସିନେମାକୁ ନେଇ ଟକ୍କର ହେବ ଏଥର ରଜରେ । ଅନୁଭବ ମହାନ୍ତିଙ୍କ ଫିଲ୍ମର ଟାଇଟଲ୍ ରହିଛି ପ୍ରେମ କୁମାର୍ । ଆଉ ବାବୁଶାନ୍ ମହାନ୍ତିଙ୍କ ରଜ ରିଲିଜ୍ ଫିଲ୍ମର ଟାଇଟଲ୍ ରହିଛି ‘ସୁନ୍ଦରଗଡର ସଲମାନ୍ ଖାନ୍’ । ଉଭୟ ସିନେମା ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ହେଉଛି । ବାବୁଶାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ନବାଗତା ଦିବ୍ୟା । ଅନୁଭବଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ସିଷ୍ଟର ଶ୍ରୀଦେବୀ ଫେମ୍ ଶିବାନୀ ।

ସେହିପରି ବାବୁସାନଙ୍କ ଫିଲ୍ମ ସୁନ୍ଦରଗଡର ସଲମାନ୍ ଖାନକୁ ଷ୍ଟାଇଲିସ୍ ଡିରେକ୍ଟର୍ ଅଶୋକ ପତି ଡିରେକ୍ଟ କରୁଥିବାବେଳେ, ଅନୁଭବଙ୍କ ପ୍ରେମ କୁମାର୍ର ନିର୍ଦ୍ଦେଶନା ଭାର ତୁଲାଇବେ ତାପସ ସରଘରିଆ । ସେହିପରି ବାବୁଶାନଙ୍କ ସିନେମାର ସଙ୍ଗୀତର ଭାର ତୁଲାଉଛନ୍ତି ଅଭିଜୀତ ମଜୁମଦାର୍ ଓ ଅନୁଭବଙ୍କ ସିନେମାର ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ପ୍ରେମ ଆନନ୍ଦ । ଏସବୁ ଦେଖି ଲାଗିଲାଣି ରଜ ବଜାରରେ ଓଲିଉଡ୍ ବକ୍ସ ଅଫିସରେ ଜୋରଦାର ଟକ୍କର ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More