Only for Entertainment

ମୃଦୁ ପାନୀୟ ଦ୍ୱାରା ବଢିଥାଏ ମୋଟାପଣ ଓ ମେଦ ବହୁଳତା

canadianclear.com
0 52

ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ସମସ୍ତେ ମୃଦୁ ପାନୀୟ ପିଇବାକୁ ଖୁବ ଭଲ ପାଆନ୍ତି । ବିଶେଷ କରି ଖରା ଦିନେ ଏହାର ପରିମାଣ ଅଧିକ ରହିଥାଏ । ଏହା ସମସ୍ତଙ୍କର ଏକ ଆବଶ୍ୟକୀୟ ଦ୍ରବ୍ୟ ପାଲଟିଛି । କିନ୍ତୁ ଆଜି କାଲି ଏଭଳି ମୃଦୁ ପାନୀୟ ବଜାରକୁ ଆସିଲାଣି ଯାହା କେବଳ ଖରାଦିନେ ଅଧିକ ବିକ୍ରି ହୁଏ ନାହିଁ ବରଂ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଲୋକମାନେ ପ୍ରଚୁର ମାତ୍ରାରେ ପିଉଥିବାର ଦେଖିବାକୁ ମିଳୁଛି । ଏକ ଅଧ୍ୟୟନ ଦ୍ୱାରା ଜଣା ପଡ଼ିଛିଯେ ଅଧିକ ମିଠା ଖାଇବା ଦ୍ୱାରା ମୋଟାପଣ ବଢିଥାଏ ।

୨୦୧୩ରୁ ୧୦୧୫ କରାଯାଇଥିବା ୩୦ଟି ଅଧ୍ୟୟନରୁ ଜଣାପଡ଼ିଛିଯେ ଅଧିକ ମିଠା ଖାଇବା ଦ୍ୱାରା କେବଳ ଓଜନରେ ବୃଦ୍ଧି ଘଟି ନଥାଏ ବରଂ ମେଦ ବହୁଳତା ମଧ୍ୟ ହୋଇଥାଏ । ୩ ବର୍ଷ ଧରି ଅଧ୍ୟୟନ କରିବା ପରେ ଫଳାଫଳ ଆସିଲାଯେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶଙ୍କର ଓଜନ ବୃଦ୍ଧି ହେବା ସହିତ ମେଦ ବହୁଳତା ମଧ୍ୟ ହୋଇଛି । ଏହି ଅଧ୍ୟୟନରେ ସମ୍ପୂର୍ଣ୍ଣ ୨୪୪,୬୫୧ ଅଧ୍ୟୟନ ପ୍ରତିଯୋଗୀଙ୍କୁ ସାମିଲ କରା ଯାଇଥିଲା । ଅଧ୍ୟୟନର ଭୌଗୋଳିକ କ୍ଷେତ୍ର ଅନୁସାରେ ଇଉରୋପରେ ୩୩ ପ୍ରତିଶତ, ଆମେରିକାରେ ୨୩ ପ୍ରତିଶତ, ମଧ୍ୟ ଏବଂ ଦକ୍ଷିଣ ଆମେରିକାରେ ୧୭ ପ୍ରତିଶତ, ଅଷ୍ଟ୍ରେଲିଆରେ ୧୦ ପ୍ରତିଶତ, ଦକ୍ଷିଣ ଆଫ୍ରିକାରେ ୧୦ ପ୍ରତିଶତ ଏବଂ ଇରାନ, ଥାଇଲାଣ୍ଡ ଏବଂ ଜାପାନରେ ୧୦ ପ୍ରତିଶତ ।

ମୃଦୁ ପାନୀୟ ଶରୀର ପାଇଁ ସଂପୂର୍ଣ୍ଣ କ୍ଷତିକାରକ । ଡାଏଟରେ ରହୁଥିବା ବ୍ୟକ୍ତି ଏହାକୁ ପିଇବା ଅନୁଚିତ । ମେଦ ବହୁଳତା ଓ ଓଜନ ବୃଦ୍ଧି ଏକ ବିରାଟ ସମସ୍ୟା ହୋଇଥିବାରୁ ଅତ୍ୟାଧିକ ମୃଦୁ ପାନୀୟ ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ମେଦ ବହୁଳତା ଅନ୍ୟ କେତେକ ରୋଗକୁ ମଧ୍ୟ ଜନ୍ମ ଦେଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More