ଚୋରି କରିବାକୁ ଆସିଥିଲେ ଚୋର, ମାତ୍ର ବ୍ୟବସାୟର ବୁଲାଇଲେ ଖଣ୍ଡା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !
ଅନେକ ସମୟରେ ସୁନା ଦୋକାନରୁ ଚୋରୀ ହୋଇଥାଏ ବୋଲି ଆପଣ ଜାଣିଥିବେ । ଏପରିକି ଚୋର ସମ୍ପୂର୍ଣ୍ଣ ରୂପେ କଳାକନା ବୁଲାଇ ଦେଇଥାଆନ୍ତି । କିନ୍ତୁ କ୍ୟାନାଡାର ଏକ ଭାରତୀୟ ସୁନା ଦୋକାନରେ ଚୋରି କରିବା ସମୟରେ ଚୋରମାନେ ଭୟଭୀତ ହୋଇଯାଇଛନ୍ତି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରିପୋର୍ଟ ଅନୁସାରେ କାନାଡାର ମିସିସାଉଗାରେ ଥିବା ଏକ ଜୁଏଲାରୀ ସପରେ ଏଭଳି ଘଟଣା ଘଟିଛି । ଯେଉଁମାନେ ଚୋରମାନେ ଚୋରୀ କରିବାକୁ ପ୍ରୟାସ କରିଛନ୍ତି ମାତ୍ର ସେମାନେ ଚୋରୀ କରିବାରେ ସଫଳ ହୋଇନାହାନ୍ତି । ଏହି ଭିଡିଓଟି ଗତ ସପ୍ତାହ ବୁଧବାର ଦିନର ।
ଦୋକାନରେ ଥିବା କର୍ମଚାରୀ ଜଣକ ଗ୍ରାହକଙ୍କୁ ସୁନା ଦେଖାଉଛନ୍ତି। ଠିକ୍ ଏହି ସମୟରେ ଦୁଇଜଣ ଚୋର ହାତୁଡ଼ିରେ ଦୋକାନର ସାମ୍ନା ପଟ କାଚକୁ ଭାଙ୍ଗିବାରେ ଲାଗିଛନ୍ତି। ଏହା ଦେଖି ଦୋକାନ କର୍ମଚାରୀ ଭୟଭୀତ ହୋଇ ଦୌଡ଼ି ଯାଉଛନ୍ତି, କିନ୍ତୁ କିଛି ସମୟ ପରେ ତିନିଜଣ କର୍ମଚାରୀ ତିନୋଟି ଖଣ୍ଡା ଧରି ସେହି ସ୍ଥାନକୁ ଆସୁଛନ୍ତି।
କର୍ମଚାରୀ ଖଣ୍ଡା ଦେଖାଇ ଚୋରଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି। ଚୋରମାନେ ଖଣ୍ଡା ଦେଖି ଭୟଭୀତ ହୋଇ ଭିତରକୁ ଆସି ପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଚୋର ବନ୍ଧୁକ ଚଲାଇବା ପାଇଁ ଚେଷ୍ଟା ମଧ୍ୟ କରିଛି କିନ୍ତୁ ଖଣ୍ଡାକୁ ଦେଖି ଡ଼ରରେ ଚଲାଇ ପାରିନାହିଁ।
ସୁନା ଦୋକାନ କର୍ମଚାରୀ ଦେଖାଇଥିବା ସାହସ ପାଇଁ ଚୋରମାନେ ଚୋରି କରିପାରି ନ ଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସ ପ୍ରଚୁର ମାତ୍ରାରେ ଶେୟାର ଏବଂ ଲାଇକ କରିବାରେ ଲାଗିଛନ୍ତି ।