ସ୍କୁଟିରେ ଯାଉଥିବା ବେଳେ ମହିଳା ଜଣକ ବସ ଆଗରେ ଅଟକି ଗଲେ , ତା’ପରେ….. !
କେରଳର ଜଣେ ସ୍କୁଟି ଚଳାଉ ଥିବା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରାଯିବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଥିବା ବେଳେ ମହିଳାଜଣଙ୍କ ଭିଡିଓରେ ଏକ ବସ୍ ଆଗରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ପ୍ରଥମେ ମହିଳା କ’ଣ ପାଇଁ ଏଭଳି ଠିଆ ହୋଇଛନ୍ତି ବୋଲି କେହି ଜାଣି ପାରୁ ନ ଥିବା ବେଳେ ପରେ ପ୍ରକୃତ ଘଟଣାଟି ସାମ୍ନାକୁ ଆସିଛି । ଏହା ପରେ ମହିଳାଙ୍କ କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି ।
When you are RIGHT it gives you a very different kind of MIGHT. See Joe a lady rider down South doesn’t budge an inch to give in to an erring Bus Driver. Kudos to her. @TheBikerni @IndiaWima @UrvashiPatole @utterflea @anandmahindra @mishramugdha #GirlPower #BikerLife #BikerGirl pic.twitter.com/3RkkUr4XdG
— TheGhostRider31 (@TheGhostRider31) September 25, 2019
ଭିଡିଓରେ ଦେଖିବାକୁ ମିଳିଛି କି, ମହିଳାଜଣଙ୍କ ଏକ ଲାଲ ରଙ୍ଗର ସ୍କୁଟି ଧରି ରାସ୍ତାର ଡ଼ାହାଣ ପାର୍ଶ୍ୱରେ ଠିଆ ହୋଇଛନ୍ତି । ତାଙ୍କୁ ଦେଖି ବିପରୀତ ଦିଗରୁ ଆସୁଥିବା ବସ୍ଟି ଅଟକି ଯାଉଛି । ପ୍ରଥମେ ବସ୍ ଚାଳକ କିଛି ବୁଝି ପାରି ନ ଥିଲେ ମଧ୍ୟ ପରେ ସେ ରାସ୍ତାର ଭୁଲ ପାର୍ଶ୍ୱରେ ବସ୍ ଆଣୁଥିବା ଜାଣି ପାରୁଛନ୍ତି । ଯାହା ପରେ ସେ ବସ୍କୁ ଠିକ୍ ପାର୍ଶ୍ୱକୁ ନେଉଥିବା ଭିଡିଓରେ ଦେଖାଯାଇଛି । ରାସ୍ତାଟି ଓ୍ଵାନ୍ ୱେ ହୋଇଥିବାରୁ ଗୋଟେ ପଟେ ଗାଡ଼ିଗୁଡ଼ିକ ଯିବା ଆସିବା କରେ । କିନ୍ତୁ ବସ୍ ଚାଳକ ବାମ ପଟେ ଯିବା ପରିବର୍ତ୍ତେ ଡ଼ାହାଣ ପଟ ପାର୍ଶ୍ୱରେ ଗାଡ଼ି ଆଣୁଥିବାରୁ ମହିଳାଜଣଙ୍କ ତାଙ୍କୁ ଠିକ୍ ପାର୍ଶ୍ୱକୁ ଆଣିବା ପାଇଁ ଆଗରେ ଠିଆ ହୋଇ ଯାଇଥିଲେ ବୋଲି ଜଣାପଡ଼ିଛି ।