Only for Entertainment

ବଦଲା ଟ୍ରେଲର ଆଉଟ । ଶାହାରୁଖଙ୍କ ସହିତ ରହିଛି ଖାସ କନେକ୍ସନ ।

bollywood tadka
38

ବଲିଉଡର ବିଗ ବି ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ତାବସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ବଦଲାର ଟ୍ରେଲର ରିଲିଜ ହୋଇ ସାରିଛି । ଫିଲ୍ମରେ ତାପସୀ ଏକ ହତ୍ୟା ଘଟଣାରେ ଫସିଥିବା ବେଳେ ଅମିତାଭ ମଚ୍ଚନ ଓଳିଲ ଚରିତ୍ରରେ ନଜର ଆସିଛନ୍ତି ଏବଂ ତାଙ୍କୁ ବଂଚାଇବାକୁ ଚେଷ୍ଟା କରୁଛନ୍ତି । ଏବେ ଅମିତାଭ କିଭଳି ତାପସୀଙ୍କୁ ବଂଚାଇବେ ତାହା ଜାଣିବା ପାଇଁ ଆପଣଙ୍କୁ ଫିଲ୍ମର ଅପେକ୍ଷା କରିବାକୁ ପଡ଼ିବ ।

ନିକଟରେ ଏହି ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ ହୋଇଥିଲା । ଗୋଟିଏ ପୋଷ୍ଟରରେ ବିଗବି ନଜର ଆସିଥିବା ବେଳେ ଅନ୍ୟ ଏକ ପୋଷ୍ଟରରେ ବିଗ ବି ନଜର ଆସିଛନ୍ତି । ଫିଲ୍ମରେ ସୈଫଙ୍କ ପତ୍ନୀ ଅଭିନେତ୍ରୀ ଅମୃତା ସିଂ ଦୀର୍ଘ ସମୟ ପରେ ଫେରିଛନ୍ତି । କହିରଖୁଛୁଯେ ଏହା ପୂର୍ବରୁ ବିଗବି ଏବଂ ତାପସୀ ଫିଲ୍ମ ପିଙ୍କରେ ନଜର ଆସିଥିଲେ ।

ଗତକାଲି ଶାହାରୁଖ ଅମିତାଭଙ୍କୁ ମଜାଳିଆ ଢଙ୍ଗରେ ସୋସିଆଲ ମିଡିଆରେ ଲେଖିଛନ୍ତି ମୁଁ ପ୍ରତିଶୋଧ ନେବାକୁ ଆସୁଛି । ଉତ୍ତରରେ ବିଗ ବି ଲେଖଛନ୍ତି ଆରେ ଭାଇ ପ୍ରତିଶୋଧ ନେବା ସମୟ ଚାଲିଗଲା ଏବଂ ପ୍ରତିଶୋଧ ଦେବା ସମୟ । ଅବଶ୍ୟ ପ୍ରଥମେ ଏସବୁ କିଛି ବୁଝି ହେଲା ନାହିଁ, କିନ୍ତୁ ପରେ ଜଚ୍ଚାପଡ଼ିଲା ଶାହାରୁଖ ଫିଲ୍ମର ପ୍ରମୋଶନ କରୁଛନ୍ତି । କାରଣ ଶାହାରୁଖଙ୍କ ପତ୍ନୀ ଗୌରୀ ଖାନଙ୍କ କମ୍ପାନୀ ରେଡ ଚିଲି ଏହାକୁ ପ୍ରଯୋଜନା କରୁଛି । ଫିଲ୍ମ ଏହି ବର୍ଷ ୮ ମାର୍ଚ୍ଚକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More