Only for Entertainment

ବିଦେଶୀ ଡ୍ୟାନ୍ସ ଶୋ’ରେ ବାଜିଲା ବଲିଉଡ ଗୀତ, ‘ବଦ୍ରି କି ଦୁଲହନିଆ…’ରେ ଝୁମିଲେ ଏହି କପଲ । ଦେଖନ୍ତୁ ଭିଡିଓ ।

ndtv
0 33

ବଲିଉଡର ଧୁନ କେବଳ ଇଣ୍ଡିଆରେ ନୁହେଁ ବରଂ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥାଏ । ବଲିଉଡ ଗୀତ କାନରେ ବାଜିବା ମାତ୍ରେ ସମସ୍ତେ ଝୁମିବା ପାଇଁ ବାଧ୍ୟ ହୋଇଯାଆନ୍ତି । ଏହିପରି କିଛି ଘଟିଛି ଆମେରିକାର ପପୁଲାର ଡ୍ୟାନ୍ସ ଶୋ’ ‘ସୋ ୟୁ ଥିଙ୍କ ୟୁ କ୍ୟାନ ଡ୍ୟାନ୍ସ’ରେ । ବଲିଉଡ ଗୀତରେ ଗୋଟିଏ କପଲ ଡ୍ୟାନ୍ସ କରିବା ମାତ୍ରେ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ବିଦେଶୀ କପଲ ଇଣ୍ଡିଆନ ଗୀତରେ ଜବରଦସ୍ତ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ କିଛି ଦିନ ପୂର୍ବର ହୋଇଥିଲେ ମଧ୍ୟ ଯେଉଁ ଗୀତରେ ଏହି କପଲ ଡ୍ୟାନ୍ସ କରୁଥିଲେ ତାହାର ସିଙ୍ଗରଙ୍କ ନଜରରେ ଏହା ନିକଟରେ ପଡିଥିଲା । ଏହାକୁ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବିଦେଶୀ କପଲ ଫିଲ୍ମ ‘ବଦ୍ରି କି ଦୁଲହନିଆ’ର ଟାଇଟଲ ଟ୍ରାକରେ ଡ୍ୟାନ୍ସ କରିଥିବାର ଦେଖିବାକୁ ମିଳିଛି ।

ଏହି ଗୀତର ସିଙ୍ଗର ରଜନୀଗନ୍ଧା ଡ୍ୟାନ୍ସ ଭିଡିଓକୁ ସେୟାର କରି ଲେଖିଥିଲେ, ସୋ ୟୁ ଥିଙ୍କ ୟୁ କ୍ୟାନ ଡ୍ୟାନ୍ସରେ ମୋ ଭଏସ ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୋ ଡ୍ୟାନ୍ସ ଯୋଡିକୁ ବହୁତ ଭଲ ପାଇବା । କହିରଖୁୁଛୁ ଯେ ଏହି ଗୀତକୁ ସିଙ୍ଗର ଦେବ ନେଗୀ, ନେହା କକ୍କର, ମୋନାଲି ଠାକୁର ଏବଂ ଇକ୍କା ଗାଇଥିବା ବେଳେ ରଜନୀଗନ୍ଧାଙ୍କ ଆଡିସନାଲ ଭଏସ ଏହାକୁ ଆଦୁରି ସୁନ୍ଦର କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More