Only for Entertainment

ରିଲିଜ ହେଲା ‘ବାଗି-୨’ର ଟ୍ରେଲର, ଜବରଦସ୍ତ ଆକ୍ସନରେ ନଜର ଆସିଲେ ଟାଇଗର

YouTube
0 75

ରିଲିଜ ହୋଇଛି ଆକ୍ସନ୍‌-ରୋମାଣ୍ଟିକ ଫିଲ୍ମ ‘ବାଗି-୨’ର ଟ୍ରେଲର । ଏଥିରେ ମୁଖ୍ୟଭୂମିକାରେ ଅଛନ୍ତି ବଲିଉଡର ପରଫେକ୍ସନିଷ୍ଟ ଟାଇଗର ଶ୍ରଫ୍‌ ଏବଂ ତାଙ୍କ ପ୍ରେମିକା ଦିଶା ପଟାନୀ । ଟ୍ରେଲର୍‌ ରିଲିଜ ପରେ ଟାଇଗରଙ୍କ ଲୁକ୍‌ ଏବଂ ତାଙ୍କ ଆକ୍ସନ୍‌ଙ୍କୁ ବେଶ ପସନ୍ଦ କରିଛନ୍ତି ଦର୍ଶକେ । ‘ବାଗି’ ଠାରୁ ଏହା ସମ୍ପୁର୍ଣ୍ଣ ଅଲଗା ଲାଗୁଛି ବୋଲି ପ୍ରଶଂସକମାନେ ମତ ରଖିଛନ୍ତି । ଖାସ୍‌ କରି ଏଥିରେ ଥିବା ଟାଇଗର୍‌ଙ୍କର ଆକ୍ସନ୍‌ ସିକ୍ୟୁଏନ୍ସକୁ ଦେଖି ଦର୍ଶକମାନେ ବେଶ ପସନ୍ଦ କରିବା ସହ ତାଙ୍କ ଭଲପାଇବା ମଧ୍ୟ ବଢ଼ି ଯାଇଛି ବୋଲି ଅନେକ ପ୍ରଶଂସକ ମତ ରଖିଛନ୍ତି ।

ଫିଲ୍ମରେ ନିଜର ନାୟିକା ପାଇଁ ନାୟକ କିପରି ସମସ୍ତଙ୍କ ସହ ଲଢ଼ୁଛି, ତାହା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଟାଇଗର୍‌ ଏବଂ ଦିଶା ଏକ ମ୍ୟୁଜିକାଲ ଭିଡ଼ିଓରେ ଏକା ସାଙ୍ଗରେ ନଜର ଆସି ସାରିଛନ୍ତି । ଦୁହେଁ ଅସଲ ଜୀବନରେ ପ୍ରେମୀ ହୋଇଥିବା ବେଳେ ପରଦା ଉପରେ ମଧ୍ୟ ତାଙ୍କ ପ୍ରେମ କାହାଣୀକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ଟାଇଗର୍‌ ଏବଂ ଦିଶାଙ୍କ ବ୍ୟତୀତ ରଣଦୀପ ହୁଡ୍‍ଡ଼ା, ମନୋଜ ବାଜପାୟୀ ଏବଂ ପ୍ରତୀକ ବବ୍‌ର ମଧ୍ୟ ନଜର ଆସୁଛନ୍ତି । ତେବେ ‘ବାଗି-୨’ରିଲିଜ ନ ହେଉଣୁ ଏହାର ତୃତୟୀ ଭାଗ କରିବା ପାଇଁ ଫିଲ୍ମ ନିର୍ମାତା ମନସ୍ଥିର କରି ସାରିଛନ୍ତି । ଏଥିରେ ବି ଟାଇଗର୍‌ ମୁଖ୍ୟଭୂମିକାରେ ଆସିବେ ବୋଲି ଜଣା ପଡ଼ିଛି । କିନ୍ତୁ ତାଙ୍କ ବିପକ୍ଷରେ କେଉଁ ନାୟିକା କାମ କରିବେ ତାହା ସ୍ପଷ୍ଟ ହୋଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More