Only for Entertainment

ନେଟଫ୍ଲିକ୍ସରେ ଜାରି ହେବାକୁ ଯାଉଛି ବାହୁବଲୀ-‘ବିଫୋର ଦ ବିଗନିଙ୍ଗ’ ।

Hindustan Times
0 42

ବାହୁବଲୀ ବକ୍ସ ଅଫିସରେ ଜବରଦସ୍ତ ଇନକମ କରି ସାରା ଦୁନିଆରେ ଚର୍ଚ୍ଚିତ ହୋଇଥିବା ଏଭଳି ଏକ ଫିଲ୍ମ ଯାହାକୁ ଦର୍ଶକ ବହୁ ମାତ୍ରାରେ ପସନ୍ଦ କରିଥିଲେ । ଏହି ଫିଲ୍ମ ବ୍ଲକବଷ୍ଟର ଭାବେ ପ୍ରମାଣିତ ହୋଇ ଏକ ଇତିହାସ ରଚିଥିଲା । ତେବେ ପ୍ରଥମେ ରିଲିଜ ହୋଇଥିଲା ବାହୁବଲୀ ଦ ବିଗନିଙ୍ଗ ଏବଂ ଏହାପରେ ଆସିଥିଲା ତାହାର ସିକ୍ୱେଲ ବାହୁବଲୀ ଦ କନକ୍ଲୁଜନ । ଫିଲ୍ମରେ ପ୍ରଭାସ ଏବଂ କଟପ୍ପାଙ୍କ ଅଭିନୟ ଖୁବ ଆଦୃତ ହୋଇଥିଲା । ଦର୍ଶକ ପୁଣିଥରେ ଅପେକ୍ଷା କରିଥିଲା ଏହାର ପରବର୍ତ୍ତୀ ସିଜନକୁ । ତେବେ ଦର୍ଶକଙ୍କର ପ୍ରତୀକ୍ଷାର ଅନ୍ତ ହୋଇଛି କହିଲେ ଭୁଲ ହେବ ନାହିଁ । ନିକଟରେ ରିଲିଜ ହେବାକୁ ଯାଉଛି ବାହୁବଲୀର ଅନ୍ୟ ଏକ ସିଜନ ବାହୁବଲୀ-ବିଫୋର ଦ ବିଗନିଙ୍ଗ । ଏହା ନେଟଫ୍ଲିକ୍ସରେ ରିଲିଜ ହେବ ବୋଲି ସୂଚନା ମିଳିଛି ।

ୱେବସିିରିଜରେ ରିଲିଜ ହେବାକୁ ଥିବା ଏହି ଫିଲ୍ମକୁ ଦୁଇଟି ସିଜନରେ ଦେଖିବାକୁ ପାଇବେ ଦର୍ଶକ । କାରଣ ଟିଜର ଭିଡ଼ିଓରେ ଫିଲ୍ମର ପ୍ରଥମ ଦୁଇଟି ସିଜନର କିଛି ଭିଡ଼ିଓ ମିଳିଯାଇଛି, ଯାହା ଏହି ଫିଲ୍ମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏଥିରେ ବାହୁବଲୀ,ଶିବଗାମୀ ,ଏବଂ ମାହିଷ୍ମତୀ ସାମ୍ରାଜ୍ୟର କିଛି ଭିଡ଼ିଓ ଦେଖାଯାଇଛି । ଏହି ପ୍ରିକ୍ୱେଲରେ ଶିବଗାମୀ ଅର୍ଥାତ ରାଜମାତାଙ୍କୁ ଆଧାର କରି ସାମ୍ରାଜ୍ୟ କେଉଁଭଳି ହୋଇଥାନ୍ତା ତାହାକୁ ପରିବେଷଣ କରାଯାଇଛି । ତେବେ ଫିଲ୍ମଟି କେଉଁଭଳି ପ୍ରଦର୍ଶନ କରିବ ତାହା କେବଳ ଦେଖିବା ବାକି ରହିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More