Only for Entertainment

ବାହୁବଳୀ ଫେମ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ ପୂଜା ହେଗଡେ ।

Firstpost
24

ନିର୍ଦ୍ଦେଶକ ଏସ ଏସ ରାଜମୌଲିଙ୍କ ଫିଲ୍ମ ‘ବାହୁବଳୀ’ ଏବଂ ଏହାର ସିକ୍ୱଲ ଅଭିନେତା ପ୍ରଭାସଙ୍କ ଚତ୍ମକାର ଅଭିନୟ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ନୂତନ ପରିଚୟ ପ୍ରଦାନ କରିଛି । ଫିଲ୍ମ ‘ବାହୁବଳୀ’ର ଅପୂର୍ବ ସଫଳତା ପରେ ତାମିଲ, ତେଲୁଗୁ ବ୍ୟତୀତ ବଲିଉଡ଼ର ବହୁ ନିର୍ଦ୍ଦେଶକ ତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ତେବେ ନିକଟରେ ସୂଚନା ଅନୁସାରେ ନିର୍ଦ୍ଦେଶକ ରାଜ କ୍ରିଷ୍ଣ କୁମାରଙ୍କ ଆଗାମୀ ପ୍ରୋଜେକ୍ଟ ଜରିଆରେ ପ୍ରଭାସ ବଲିଉଡ଼ରେ ଡେବ୍ୟୁ କରିବେ । ଫିଲ୍ମଟି ହିନ୍ଦୀ ସହ ତାମିଲ, ତେଲୁଗୁ ଭାଷାରେ ମଧ୍ୟ ନିର୍ମାଣ କରାଯିବ । ଫିଲ୍ମରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ ପୂଜା ହେଗଡେ ଅଭିନୟ କରିବେ । ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ । ଫିଲ୍ମର ସୁଟିଂ ଏଇ ମାସ ଆରମ୍ଭ ହେବ । ଏଥିଲାଗି ଫିଲ୍ମର ସମସ୍ତ କଳାକାର ଇଉରୋପରେ ପହଞ୍ଚିଗଲେଣି ।

ଏହାସହ ପ୍ରଭାସ ଫିଲ୍ମ ‘ସାହୋ’ରେ ମଧ୍ୟ ନଜର ଆସିବେ । ଏଥିରେ ତାଙ୍କ ବିପକ୍ଷରେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିବେ । ଫିଲ୍ମରେ ନିଲ ନିତିନ ମୁକେଶଙ୍କୁ ନେଗେଟିଭ ରୋଲରେ ଦେଖିବାକୁ ମିଳିବ । ପ୍ରଭାସ ଏବଂ ଶ୍ରଦ୍ଧା, ନିଲଙ୍କ ବ୍ୟତିତ ଫିଲ୍ମରେ ଜ୍ୟାକି ଶ୍ରଫ , ମନ୍ଦିରା ବେଦୀ, ଚଙ୍କି ପାଣ୍ଡେ, ମହେଶ ମାଂଜରେକର ମଧ୍ୟ ସାହୋରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More