Only for Entertainment

୨୦୧୯ରେ ବିବାହ କରିବାକୁ ଯାଉଛନ୍ତି ବାହୁବଲୀ ପ୍ରଭାସ

Hindustan Times
33

ପ୍ରତିବର୍ଷ ବା ପ୍ରତିମାସରେ ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର ବାହୁବଲୀ ପ୍ରଭାସଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । କେଉଁ ମାସର କେଉଁ ତାରିଖରେ ବା କେଉଁ ଅଭିନେତ୍ରୀଙ୍କୁ ସେ ବିବାହ କରିବେ ଏ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । କିନ୍ତୁ ଏବେ ମିଳୁଥିବା ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ୨୦୧୯ରେ ପ୍ରଭାସ ବିବାହ କରିବାକୁ ମନ ବନାଇ ସାରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବାହୁବଲୀର ସୁଟିଂ ପରେ ପରେ ପ୍ରଭାସ ବିବାହ କରିବା ପାଇଁ ରାଜି ହେବା ସହ ଘରେ ମଧ୍ୟ ଜଣାଇଥିଲେ । କିନ୍ତୁ ସେ ସମୟରେ ତାଙ୍କ ଫିଲ୍ମ ସାହୋ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥି ପାଇଁ ସେ ନିଜ ବିବାହ ଯୋଜନାକୁ ଅଟକାଇ ଦେଇଥିଲେ । କିନ୍ତୁ ଏବେ ଫିଲ୍ମ ସାହୋର ରିଲିଜ୍‌ ପରେ ପ୍ରଭାସ ବିବାହ କରିନେବେ ବୋଲି ଜଣା ପଡ଼ିଛି । ପୂର୍ବରୁ ତାଙ୍କ ମା’ ବିବାହ ପାଇଁ ବାଧ୍ୟ କରି ଚାଲିଥିଲେ ମଧ୍ୟ ଫିଲ୍ମ ପାଇଁ ହଁ କରି ପାରୁ ନଥିଲେ । କିନ୍ତୁ ସୁଟିଂ ପରେ ପରେ ହିଁ ସେ ବିବାହର ପ୍ରସ୍ତୁତି ଆରମ୍ଭ କରିଦେବେ ବୋଲି ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More