Only for Entertainment

ବାହୁବଲୀ ଉପରେ ଆଧାରିତ ହେବ ୱେବ ସିରିଜ, ଏହି ମହିଳାଙ୍କ କାହାଣୀ ମିଳିବ ଦେଖିବାକୁ !

E24
0 47

ବ୍ଲକବାଷ୍ଟର ଫିଲ୍ମ ବାହୁବଲୀର ନିର୍ମାତା ଏବେ ଏକ ୱେବସିରିଜ ଆରମ୍ଭ କରିବାକୁ ଯୋଜନା ବନାଇଛନ୍ତି । ବାହୁବଲୀର ଦୁଇଟି ଯାକ ଭାଗ ଉତ୍ତମ ସଫଳତା ପାଇଲା ପରେ ଏବେ ଏହି ଫିଲ୍ମକୁ ୱେବ ସିରିଜରେ ପରିବର୍ତ୍ତନ କରାଯିବ । ଏହି ୱେବ ସିରିଜ ପାଇଁ ଫିଲ୍ମର ଏକ ଖାସ କଳାକାର ବଛାଯାଉଛି ।

ବାହୁବଲୀର ଶିବଗାମୀ ଭୂମିକା ଉପରେ ୱେବ ସିରିଜ ପ୍ରସ୍ତୁତ କରିବା ପାଇଁ ହେଉଥିବା ପ୍ଲାନିଂରେ ପ୍ରଥମେ ଏହି ସିଜନରେ ୧୦ଟି ଅଧ୍ୟାୟ ରହିବ, ଯେଉଁଥିରେ ଶିବଗାମୀଙ୍କ ପୂର୍ବ ଜୀବନ କାହାଣୀ ଉପରେ କୁହାଯିବ ।

ଫିଲ୍ମରେ ଏହି ଭୂମିକା ରାମ୍ୟା କୃଷ୍ଣାନ ଅଭିନୟ ତୁଲାଇଥିଲେ । ଏହି ୱେବ ସିରିଜର ସୁଟିଂ ଅଗଷ୍ଟ ମାସରେ ଆରମ୍ଭ କରାଯିବ, ଏହି ଫିଲ୍ମର ଅଧିକତଃ ସୁଟିଂ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ କରାଯିବ । ଏବେ ଏହି ୱେବ ସିରିଜ ଲାଗି ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଉଛି ।

ଏଠାରେ ଆମେ କହି ରଖୁଛୁ ଯେ ବାହୁବଲୀ କମିକ୍ସ ବୁକ, ଭିଡିଓ ଗେମ୍ସ, ନୋବେଲ ଏବଂ ଆନିମେଶନ ଆଦି ପ୍ରସ୍ତୁତ ହୋଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More