Only for Entertainment

ଛେଳିଟି କିଛି ଏଭଳି ଅନ୍ଦାଜରେ ନେଲା ପ୍ରତିଶୋଧ, ବକରୀଦରେ ଭାଇରାଲ ହେଲା ଭିଡିଓ !

0 52

ବକରୀଦ ଅର୍ଥାତ ଈଦ-ଅଲ-ଅଜହା ଚଳିତ ମାସ ୨୨ତାରିଖ ଅର୍ଥାତ ଆଜି ପାଳନ କରାଯାଉଛି । ବକରୀଦ ଦିନରେ ମୁସଲିମ ଘରେ ଛେଳିକୁ ବଳି ଦେଇ ତା’ର ଭାଗକୁ ଭାଗ ଭାଗ କରି ସମସ୍ତଙ୍କ ଘରେ ବଂଟା ଯିବାର ପ୍ରଥା ରହିଛି । ସୋସିଆଲ ମିଡିଆରେ ବକରୀଦ ପାଇଁ ଶୁଭେଚ୍ଛା ଦେବା ଆରମ୍ଭ ହୋଇ ଗଲାଣି । ସୋସିଆଲ ଏହିଭଳି ଅନେକ ମେସେଜ ଭାଇରାଲ ହେବାରେ ଲାଗିଛି । କେବଳ ଶୁଭେଚ୍ଛା ନୁହେଁ ବରଂ ଅନେକ ଫନି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ସମସ୍ତେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ଏହିଭଳି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ଛେଳିଟି କଭଳି ଛୁଆ ଠାରୁ ପ୍ରତିଶୋଧ ନେଉଛି ।

ଜାଣନ୍ତୁ କିଏ ହଜରତ ଇବ୍ରାହିମ ସାହେବ?

କୁରାନରେ ‘ସୁରହ ଇବ୍ରାହିମ’ନାଁରେ ଏକ ଅଧ୍ୟାୟ ରହିଛି । ଯେଉଁଥିରେ ତାଙ୍କ ବିଷୟରେ ଲେଖା ରହିଛି । ତାଙ୍କର ସ୍ମୃତିରେ ତାଙ୍କ ତ୍ୟାଗକୁ ମନେ ପକାଇ ବକରୀଦରେ ଛେଳିଙ୍କୁ ବଳି ଦିଆଯାଉଛି ।

ବକରୀଦ କାହାଣୀ:
ଅସଲରେ ଅଲ୍ଲାହ ଅର୍ଥାତ ମୁସଲିମଙ୍କ ଭଗବାନ ପେଗମ୍ବର ହଜରତଙ୍କୁ ତାଙ୍କର ସବୁଠାରୁ ପ୍ରିୟ ଜିନିଷକୁ ମାଗିଥିଲେ । ହଜରତ ଇବ୍ରାହିମଙ୍କର ସବୁଠରୁ ପ୍ରିୟ ଜିନିଷ ତାଭ୍କ ପୁଅ ଇସମାଇଲ ଥିଲେ । ସେ ତାଙ୍କ ପୁଅକୁ ଦେବା ଲାଗି ସ୍ଥିର କଲେ । ପୁଅକୁ ଦେବା ପାଇଁ ଯାଉଥିବା ବାଟରେ ଏକ ରାକ୍ଷସ ଭେଟ ହୋଇଥିଲା ସେ ତାଙ୍କୁ ପ୍ରବର୍ତ୍ତାଇ ଥିଲା ଯେ ଏ ବୟସରେ ଯଦି ପୁଅକୁ ଦେଇ ଦେବ ତେବେ ବୁଢା ବେଳେ ସାହାରା କିଏ ହେବ ।

ହଜରତ ଇବ୍ରାହିମ ଏହା ଶୁଣି ଚିନ୍ତାରେ ପଡିଗଲେ । ପୁଣି ମନକୁ ଦମ୍ଭ ଧରି କୁର୍ବାନୀ ଦେବା ଲାଗି ସ୍ଥୀର କଲେ । ହଜରତକୁ ଲାଗିଥିଲା ଯେ କୁର୍ବାନୀ ଦେବା ସମୟରେ ତାଙ୍କର ଭାବନା ତାଙ୍କ ବାଯ ରୋକିପାରେ, ଏହିକାରଣରୁ ସେ ନିଜ ଆଖିରେ ପଟି ବାନ୍ଧିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More