Only for Entertainment

ଫିଲ୍ମ ସମୀକ୍ଷା ‘ବାଲା’ : ଦର୍ଶକଙ୍କୁ ଖୁବ ମନୋରଂଜନ ଏବଂ ସୁନ୍ଦର ମେସେଜ ଦେଉଛି ଆୟୁଷ୍ମାନଙ୍କ ଏହି ଫିଲ୍ମ

latestly
20

Rating

8.6
Awesome
  • IMDb 8.8
  • Times of India 8
  • Latestly 9

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମରେ ଆୟୁଷ୍ମାନ ଖୁରାନା ପୁଣିଥରେ ନୂଆ କାହାଣୀ ଏବଂ ନୂଆ ଅନ୍ଦାଜରେ ନଜର ଆସିଛନ୍ତି । ତେବେ ଆସନ୍ତୁ କରିବା ଫିଲ୍ମର ସମୀକ୍ଷାô

କାଷ୍ଟ- ଆୟୁଷ୍ମାନ ଖୁରାନା, ୟାମୀ ଗୈତମ, ଭୂମି ପେଡନେକର, ସୌରଭ ଶୁକ୍ଲା, ଜାବେଦ ଜାଫରୀ ଏବଂ ଅଭିଷେକ ବନର୍ଜୀ
ନିର୍ଦ୍ଦେଶକ- ଅମର କୌଶିକ

କାହାଣୀ-
ଫିଲ୍ମ ‘ବାଲା’ର କାହାଣୀ ବାଲମୁକୁନ୍ଦ ଶୁକ୍ଲା ନାମକ ଜଣେ ବ୍ୟକ୍ତି ଉପରେ ଆଧାରିତ । ବାଲାର ପିଲା ଦିନେ ଖୁବ ଘନ କେଶ ଥିବା ବେଳେ ଜବାନ ବୟସରେ ତାର କେଶ ଥିରେ ଥିରେ ଝଡିଯାଇ ଚନ୍ଦା ହୋଇଯାଏ । ଚନ୍ଦାପଣକୁ ନେଇ ବାଲାକୁ ଅନେକ ସମସ୍ୟାର ସମୁଖିନ ହେବାକୁ ପଡିଥାଏ । ଚନ୍ଦାପଣକୁ ନେଇ ସମାଜ ବାଲା ଉପରେ ହସିଥାଏ । ପୁଣିଥରେ ଚନ୍ଦା ମୁଣ୍ଡରେ କେଶ ଉଠାଇବା ପାଇଁ ବାଲା ସବୁ ପ୍ରକାର ପ୍ରୟାସ କରିଥାଏ କିନ୍ତୁ ସଫଳ ହୁଏ ନାହିଁ । ଏହାରି ମଧ୍ୟରେ ବାଲାର ପିତା ତାକୁ ଏକ ୱିଗ ଆଣି ଦିଅନ୍ତି । ଏହାକୁ ପିନ୍ଧିଲା ପରେ ବାଲା ଜୀବନରେ ପୁଣିଥରେ ଖୁସି ଫେରି ଆସେ ।

ଇତି ମଧ୍ୟରେ ବାଲା ଟିକ ଟକ ଷ୍ଟାର (ୟାମୀ ଗୌତମ) ପ୍ରେମରେ ପଡି ତାକୁ ବିବାହ କରେ । ବିବାହ କରିବା ପରେ ବାଲାର ଚନ୍ଦାପଣ ବିଷୟରେ ଜାଣିବା ପରେ ସେହି ଟିକ ଟକ ଷ୍ଟାର ତାକୁ ଛାଡି ଚାଲିଯାଏ । ଏହା ପରେ ବାଲାର ଜୀବନରେ କ’ଣ ସବୁ ହେଉଛି ତାହା ଆପଣ ଫଇଲ୍ମ ଦେଖିଲା ପରେ ଜାଣିପାରିବେ ।

ଅଭିନୟ-
ଆୟୁଷ୍ମାନ ଖୁରାନା ପୁଣିଥରେ ନିଜର ଅଭିନୟ, ଡାୟଲଗ ଏବଂ ଏକ୍ସପ୍ରେସନ ଜରିଆରେ ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି । ଫିଲ୍ମରେ ତାଙ୍କ କାମକୁ ଦର୍ଶକ ଘଖୁବ ପସନ୍ଦ କରିବେ । ଏହା ସହିତ ୟାମୀ ଗୌତମଙ୍କ ଅଭିନୟ ମଧ୍ୟ ଖୁବ ପ୍ରଶଂସନୀୟ । ଦୁହିଁଙ୍କ ବ୍ୟତିତ ଅନ୍ୟମାନଙ୍କର ଅଭିନୟ ମଧ୍ୟ ଖୁବ ସୁନ୍ଦର ହୋଇଛି ।

ମ୍ୟୁଜିକ-
ମ୍ୟୁଜିକ ବିଷୟରେ କହିବାକୁ ଗଲେ ଫିଲ୍ମର କ୍ୟାରେକ୍ଟର ଅନୁସାରେ ମ୍ୟୁଜିକ ଦିଆଯାଇଛି ଯାହା ଖୁବ ଏଣ୍ଟରଟେନିଂ ହୋଇଛି । ଗୀତ ଗୁଡିକ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ସ୍ତ୍ରୀ ପରି ହରର କମେଡୀ ହିଟ୍ ଫିଲ୍ମ ଦେଇଥିବା ଅମର କୌଶିକ ‘ବାଲା’ ସହିତ ଦର୍ଶକମାନଙ୍କର ଖୁବ ମନୋରଂଜନ କରିବାରେ କିଛି ପ୍ରୟାସ ଛାଡି ନାହାଁନ୍ତି । ଫିଲ୍ାମର ପ୍ରଥମ ପାର୍ଟ ଖୁବ ଧିମା ଅଟେ ଏବଂ ଏହା ଆପଣଙ୍କୁ ବୋର ମଧ୍ୟ କରିପାରେ ମାତ୍ର ବାଲମୁକୁନ୍ଦ ର ଟ୍ରଡିକ ଷ୍ଟୋରୀରେ ଯେଉଁ ଟ୍ୱିଷ୍ଟ ଦିଆଯାଇଛି ତାହା କାହାଣୀକୁ ଖୁବ ଏଣ୍ଟରଟେନ କରିଛି । ଫିଲ୍ମରେ ମନୋରଂଜନ ସହିତ ଏକ ମେସେଜ ମଧ୍ୟ ଦିଆଯାଇଛି । ସମାଜରେ ଆଜିକାଲି କେଶ ଝଡିବାର ସମସ୍ୟା ଯୁବା ମାନଙ୍କ ମଧ୍ୟରେ ତିବ୍ର ଗତିରେ ବଢିବାରେ ଲାଗିଛି । ଏହି ଫିଲ୍ମ ସହିତ ଅନେକ ଲୋକେ ନିଜକୁ ଯୋଡିପାରିବେ । ଆପଣ ମଧ୍ୟ ସିନେମାଘରେ ଫିଲ୍ମକୁ ଯାଇ ଦେଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More