Only for Entertainment

ରଜ ଉପଲକ୍ଷେ ରିଲିଜ ହେଲା ରେଡିଓ ଚକଲେଟର ନୂଆ ଗୀତ ‘ବନ୍ଦେ ବନ୍ଦେ ମୋ ଓଡ଼ିଶା ମାଟି’, ଦେଖନ୍ତୁ ଭିଡିଓ

radio choklate
65

ଓଡ଼ିଶାର ନମ୍ବର୍ ୱାନ୍ ଏଫ୍ ଏମ୍ ‘ରେଡିଓ ଚକଲେଟ୍’ ତାର ପ୍ରିୟ ଶ୍ରୋତାମାନଙ୍କୁ ଆଗାମୀ ରଜରେ ମଉଜ ଭିତରେ ହଜେଇ ଦେବା ପାଇଁ ଭେଟି ଦେଇଛି ନୂଆ ଗୀତ ‘ବନ୍ଦେ ବନ୍ଦେ ମୋ ଓଡ଼ିଶା ମାଟି’ । ଗୀତଟିକୁ ରଚନା କରିଛନ୍ତି ଯତୀନ୍ଦ୍ର ପ୍ରଧାନ, ସଂଗୀତରେ ସଜେଇଛନ୍ତି ବିଶ୍ୱ ସ୍ୱରୂପ ମହାପାତ୍ର ଏବଂ କଣ୍ଠଦାନ କରିଛନ୍ତି ଯଶସ୍ୱିନୀ ଓ ଅସୀମା ପଣ୍ଡା ।

ସଂଗ୍ରାମ ମିଶ୍ରଙ୍କ କ୍ରିଏଟିଭ୍ ସୁପରଭିଜନରେ ପ୍ରସ୍ତୁତ ଏହି ଗୀତକୁ ରେଡିଓ ଚକଲେଟର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ କରାଯାଇଛି । ରେଡିଓ ଚକଲେଟର ପୂର୍ବ ଗୀତ ଗୁଡିକ ପରି ଏହି ଗୀତକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଛନ୍ତି । ଗୀତ ରଚନାରେ ଯେମିତି ମିଠା ମିଠା ଶବ୍ଦ ବ୍ୟବହାର କରାଯାଇଛି ସଂଗୀତରେ ସେମିତି ଶୃତି ମଧୁର ସ୍ୱର ଭରି ଦିଆ ଯାଇଛି ଏବଂ ଏ ଗୀତର କଣ୍ଠ ଶିଳ୍ପୀ ମାନଙ୍କର କଣ୍ଠର ଯାଦୁ ସବୁ ବୟସର ତଥା ସବୁ ବର୍ଗର ଲୋକଙ୍କୁ ନିମିଷକରେ କିମିଆ କରୁଛି । ରେଡିଓ ଚକଲେଟ୍ର ଆପରେ ମଧ୍ୟ ଏହି ଗୀତଟି ଉପଲବ୍ଧ ବୋଲି ରେଡିଓ ଚକଲେଟ୍ ତରଫରୁ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More