Only for Entertainment

ମିତ ବ୍ରଦର୍ସଙ୍କ ଗୀତରେ ଦେଖିବାକୁ ମିଳିଲା ପୁନିଶ-ବନ୍ଦଗୀଙ୍କ ସିଜଲିଂ କେମେଷ୍ଟ୍ରୀ ।

zee news
0 50

ବିଗବସର ଘରେ ଯେତେ ଝଗଡା ହଉ ନା କାହିଁକି କିନ୍ତୁ ଭଲପାଉଥିବା ଯୋଡି ନିଶ୍ଚିତ ମିଳିଯାଆନ୍ତି । ଏହି ରିୟଲିଟି ଶୋ’ର ଶେଷ ସିଜନରେ ପୁନିଶ ଏବଂ ବନ୍ଦଗୀଙ୍କ ରୋମାନ୍ସ ଖୁବ ଚର୍ଚ୍ଚାରେ ରହିଥିଲେ । ଏବେ ଏହି ଯୋଡି ଘର ବାହାରେ ନିଜର ନୂଆ ଭିଡିଓରେ ରୋମାନ୍ସର ତଡକା ଲଗାଉଥିବା ଦେଖିବାକୁ ମିଳିଛି ।

ପୁନିଶ ଏବଂ ବନ୍ଦଗୀ ମିତ ବ୍ରଦର୍ସଙ୍କ ନୂଆ ଗୀତ ଲଭ ମି ରେ ନଜର ଆସିଛନ୍ତି । ଏହି ଗୀତକୁ ଗାଇଛନ୍ତି ଖୁସବୁ ଗ୍ରୋବାଲ । ଏହି ମ୍ୟୁଜିକ ଭିଡିଓରେ ପୁଣିଥରେ ଏହି କପଲଙ୍କର ହଟ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହି ଭିଡିଓରେ କେବଳ ଦୁହିଁଙ୍କର ରୋମାନ୍ସ ବ୍ୟତିତ ଅନ୍ୟ କିଛି ଦେଖିବାକୁ ମିଳିନି । ଅର୍ଥାତ ରୋମାନ୍ସ ବ୍ୟତିତ ଗୀତରେ ଡ୍ୟାନ୍ସ କିମ୍ବା ଆକ୍ଟିଂ ଦେଖିବାକୁ ମିଳିନି । ଗୀତକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ମିଲିୟନ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More