Only for Entertainment

ବ୍ୟାଙ୍କର ବନିଲେ ସୁପରହିରୋ, ଚାକିରୀର ଶେଷ ଦିନରେ ‘ସ୍ପାଇଡରମ୍ୟାନ’ଲୁକରେ ପହଂଚିଲେ ଅଫିସରେ !

50

କୌଣସି ବ୍ୟକ୍ତି ଯେତେବେଳେ ନିଜ ଚାକିରୀ ଛାଡିଥାଏ , ସେହିସମୟରେ କିଛି ଏଭଳି କାମ କରିବାକୁ ପସନ୍ଦ କରେ ଯାହା ସମସ୍ତେ ମନେ ରଖିବେ । ଏଭଳି କିଛି କରିଛନ୍ତି ବ୍ରାଜିଲର ଏକ ବ୍ୟାଙ୍କର । ସେ ତାଙ୍କ ଚାକିରୀର ଶେଷ ଦିନରେ ଏଭଳି କିଛି କରିଛନ୍ତି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅସଲରେ ବ୍ୟାଙ୍କର ଅଫିସର ଶେଷ ଦିନରେ ସୁପରହିରୋ ସ୍ପାଇଡର ମ୍ୟାନ ଭଳି ପୋଷାକ ପିନ୍ଧି ପହଂଚିଥିଲେ ।

ଅସଲରେ ବ୍ରାଜିଲର ଏକ ବ୍ୟାଙ୍କରେ ଯେତେବେଳେ ବ୍ୟାଙ୍କର ସାଓ ପାଓଲୋ ସ୍ପାଇଡରମ୍ୟାନ ପୋଷାକ ପିନ୍ଧି ଅଫିସ ପହଂଚିଥିଲେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ସବୁଦିନ ଭଳି ତାଙ୍କର ସମସ୍ତ କାର୍ଯ୍ୟ ଶେଷ କଲେ , ଏହାପରେ ସ୍ପାଇଡର ଭଳି ମଜାମସ୍ତି କଲେ । ଏହି ବ୍ୟକ୍ତି ସ୍ପାଇଡରମ୍ୟାନ ଗେଟଅପରେ ହିଁ ହେଡସେଟ ଲଗାଇ କଷ୍ଟମରଙ୍କ ସହ ଫୋନରେ କଥା ମଧ୍ୟ ହୋଇଥିଲେ ।

ଅଫିସର ଜଣେ କର୍ମଚାରି ଏହି ସ୍ପାଇଡରମ୍ୟାନଙ୍କ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସାଓ ନିଜ ସାଙ୍ଗସାଥୀଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଥିଲେ ଏବଂ ଉପହାର ମଧ୍ୟ ଦେଇଥିଲେ । ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More