Only for Entertainment

ବର୍ଲିନ ଫେଷ୍ଟିଭାଲରେ ଟଣ୍ଡନଙ୍କ ଫିଲ୍ମ

the indian express
0 69

‘ଦିଲ ଦରିୟା’ ଓ ‘ଫରମାନ’ ଭଳି ଲୋକପ୍ରିୟ ଧାରାବାହିକ ନିର୍ମାଣ କରୁଥିବା ଲେଖ ଟଣ୍ଡନ ଆଜି ଆମ ସହିତ ନାହାଁନ୍ତି । ଗତବର୍ଷ ଟଣ୍ଡନ ପରଲୋକ ହେଇଯାଇଛନ୍ତି । କିନ୍ତୁ ତାଙ୍କର ଶେଷ ଫିଲ୍ମ ‘ଫିର ଉଡୀ ମୋଡ ପର’କୁ ବର୍ଲିମ ଫେଷ୍ଟିବାଲରେ ଦେଖାଯିବ ବୋଲି ଶୁଣାଯାଉଛି । ଟଣ୍ଡନଙ୍କ ଏହି ଫିଲ୍ମ ବିବାଦୀୟ ପ୍ରସଙ୍ଗ ‘ଟ୍ରିପଲ ତାଲାକ’କୁ ନେଇ ର୍ନିମାଣ କରାଯାଇଛି । ଏବେ କିନ୍ତୁ ଏହି ଫିଲ୍ମକୁ ବର୍ଲିନ ଫିଲ୍ମ ଫେଷ୍ଟିବାଲ ୨୪ ଫେବୃୟାରୀରେ ୨୦୧୮ରେ ଦେଖାଯିବ ବୋଲି କୁହାଯାଉଛି ।

୫୫ ବର୍ଷ କ୍ୟାରିୟରେ ଫିଲ୍ମ ନିର୍ମାତା ଲେଖ ଟଣ୍ଡନ ବିଭିନ୍ନ ପ୍ରକାର ଫିଲ୍ମ ନିର୍ମାଣ କରିସାରିଛନ୍ତି । ନିର୍ମାତା ଓ ଲେଖକ ରୂପେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସବୁ ସ୍ଥାନରେ ତାଙ୍କ କଳା ପ୍ରଦର୍ଶନ କରିଥିଲେ ।

ନିକଟରେ ‘ଫିର ଉସୀ ମୋଡ ପର’ ଫିଲ୍ମକୁ କୌଣସି କଟକଣା ଜାରି ନକରି ସେନସର ବୋର୍ଡ ୟୁଏ ସାର୍ଟିଫିକେଟ ଦେଇଛି । ଏହି ଫିଲ୍ମ ଏ ବର୍ଷର ମାର୍ଚ୍ଚ ମାସରେ ରିଲିଜ ହେବକୁ ଯାଉଛି । ଗତ ବର୍ଷ ଲେଖ ଟଣ୍ଡନ ୧୫ ଅକ୍ଟୋବର ୨୦୧୭ରେ ପରଲୋକ ହୋଇଗଲେ, ଯେଉଁଥି ପାଇଁ ତାଙ୍କର ଘନିଷ୍ଠ ବନ୍ଧୁ ତ୍ରିନେତ୍ରା ବାଜପେୟୀ ଓ କନିକା ବାଜପେୟୀ ଏହି ଫିଲ୍ମ ଦାୟିତ୍ୱ ନେଇଛନ୍ତି । ଫିଲ୍ମରେ ଏହି ଦୁଇଜଣ ମଧ୍ୟ ନଜର ଆସିବେ । ତ୍ରିନେତ୍ରା ଫିଲ୍ମର ମ୍ରୁ୍ୟଜିକ ଦେବା ବେଳେ ତାଙ୍କ ସ୍ତ୍ରୀ କନିକା ଗୀତ ଗାଇବା ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଲେଖ ଟଣ୍ଡନ ଅନେକ ଫିଲ୍ୱ କରିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କେତେକ ଲୋକପ୍ରିୟ ଧାରାବାହିକ କରିଛନ୍ତି । ଏହି ସିରିଅଲ ମଧ୍ୟରେ ଶାହାରୁଖ ଖାନଙ୍କ ‘ଦିଲ ଦରିଆ’ ଓ ‘ଫରମାନ’ ସିରିଅଲ ମଧ୍ୟ ସାମିଲ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More