Only for Entertainment

ରଜରେ ଦର୍ଶକଙ୍କୁ ନିରାଶ କରିବେ ଓଲିଉଡ କୁଇନ ବର୍ଷା

OdishaLive
0 77

ଗତବର୍ଷ ଭଳି ଚଳିତ ବର୍ଷ ରଜରେ ମଧ୍ୟ ଦର୍ଶକଙ୍କୁ ନିରାଶ କରିବେ ଓଲିଉଡ କୁଇନ ବର୍ଷା । ଗତ ଦୁଇ ବର୍ଷ ହେବ ବର୍ଷାଙ୍କୁ ରଜ ବଜାରରେ ଦେଖିବାକୁ ମିଳୁନାହିଁ । ଶେଷଥର ପାଇଁ ତାଙ୍କୁ ୨୦୧୫ ରଜରେ ଦେଖିବାକୁ ମିଳିଥିଲା ।
ଶେଷଥର ପାଇଁ ରଜରେ ବର୍ଷାଙ୍କୁ ‘ଗପ ହେଲେ ବି ସତ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ।

Barsha (2)

ଖବର ଅନୁସାରେ ଏହି ରଜରେ ଦୁଇ ଦୁଇଟି ଫିଲ୍ମ ରିଲିଜ ହେବ । ବଲିଉଡର ଦୁଇ ଷ୍ଟାରଙ୍କ ମଧ୍ୟରେ ଟକ୍କର ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ଏଇ ରଜ ବଜାରରେ ଯେଇଁ ଦୁଇଟି ସିନେମା ରିଲିଜ ହେବ ସେଗୁଡିକ ହେଉଛି ବାବୁସାନଙ୍କ ‘ସୁନ୍ଦରଗଡର ସଲମାନ’ ବେଂ ଅନୁଭବଙ୍କ ‘ପ୍ରେମ କୁମାର’ । କିନ୍ତୁ ଏହି ଦିଇଟି ମଧ୍ୟରୁ କେଉଁଥିରେ ବି ବର୍ଷା ନଜର ଆସିନାହାଁନ୍ତି ।

barsha

ଏହି ଦୁଇଟି ଫିଲ୍ମ ମଧ୍ୟରୁ ପ୍ରଥମଟିରେ ନବାଗତା ଦିବ୍ୟା ନାୟିକା ଭୂମିକାରେ ନଜର ଆସିଥିବା ବେଳେ ଦ୍ୱିତୀୟ ଫିଲ୍ମରେ ନଜର ଆସିବେ ଶିବାନୀ

କେବଳ ଏହି ଦୁଇଟି ନୁହେଁ ବର୍ତ୍ତମାନ ପାଇଁ କୌଣସି ଫିଲ୍ମରେ ନଜର ଆସିବେ ନାହିଁ ବର୍ଷା । ତେବେ ଦେଖିବାକୁ ବାକି ରହିଲା କେବେ ସେ ବଜ ପରଦାକୁ ଫେରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More