Only for Entertainment

ମ୍ୟୁଜିୟମରେ ସ୍ଥାନ ପାଇବ ବରୁଣଙ୍କ ପ୍ରତିମୁର୍ତ୍ତି ।

The Indian Express
0 29

‘ଜୁଡୱା-୨’ର ହିରୋ ବରୁଣ ଧାୱନଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର । ଅମିତାଭ ବଚ୍ଚନ ଓ ସନି ଲିୟୋନ ଭଳି ବଡ଼ ଷ୍ଟାରଙ୍କ ସହ ବରୁଣଙ୍କୁ ବି ୨୪ ଘଂଟା ଦେଖିପାରିବେ ପ୍ରଶଂସକ । ବଲିଉଡରେ ୯ଟି ହିଟ ଫିଲ୍ମ ଦେଇଥିବା ଯୁବ ଅଭିନେତା ବରୁଣଙ୍କୁ ନିକଟରେ ଏକ ବଡ଼ ସଫଳତା ମିଳିଛି ।

ପ୍ରକୃତରେ ବରୁଣ ଧାୱନଙ୍କ ନାମ ଏଭଳି ହସ୍ତିଙ୍କ ସହ ଯୋଡି ହେଇଛି, ଯେଉଁମାନଙ୍କ ମୂର୍ତ୍ତି ଲଣ୍ଡନର ପ୍ରସିଦ୍ଧ ମ୍ୟାଡମ ତୁସାଦ ମ୍ରୁ୍ୟଜିୟମରେ ସ୍ଥାନ ପାଇଛି । ଖାସ କଥା ଏହା କି ଯେତେବେଳେ ଏମାନଙ୍କ ପ୍ରତିମୂର୍ତ୍ତିକୁ ଲୋକଙ୍କୁ ଦେଖାଯାଇଥିଲା, ସେତେବଳେ ବରୁଣ ତାଙ୍କ ବାପାମା’ ସହ ଉପସ୍ଥିତ ଥିଲେ । ନିକଟରେ ବରୁଣଙ୍କ ପ୍ରତିମୂର୍ତ୍ତ ପାଇଁ ହଙ୍କକଙ୍ଗରେ ମ୍ୟାଡମ ତୁସାର ମ୍ୟୁଜିୟମ ଟିମ ବରୁଣଙ୍କ ନାମ ନେଇଥିଲେ । ଯେଉଁଥିପାଇଁ ବରୁଣଙ୍କ ଆଖିକୁ ମ୍ୟାଚ କରି ତାଙ୍କର ଶରୀରର ମାପ ନେଇଥିଲେ ।

ପୂର୍ବରୁ ବଲିଉଡ ଜଗତର ଅମିତାଭ ବଚ୍ଚନ, ଶାହାରୁଖ ଖାନ, ଐଶ୍ୱର୍ଯ୍ୟ ରାୟ ବଚ୍ଚନ, ସଲମାନ ଖାନ,କରୀନା କପୁର, ମାଧୁରୀ ଦୀକ୍ଷୀତ, କ୍ୟାଟ୍ରିନ କୈଫଙ୍କ ନାମ ବି ମ୍ୟାଡମ ତୁସାର ମ୍ୟୁଜିୟମ ପାଇଁ ବଛା ସାରିଛି । ଏହା ବ୍ୟତୀତ କ୍ରିକେଟ ଜଗତର ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ମୂର୍ତ୍ତି ବି ସ୍ଥାନ ପାଇଛି ।

ଏବେ ବରୁଣ ତାଙ୍କ ଆଗାମୀ ଫିଲ୍ମ ସୁଇ ଧାଗାର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More