Only for Entertainment

ରିଲିଜ ହେଲା ‘ପିହୁ’ ଟ୍ରେଲର, ଘରେ ଏକାକୀ ଥିବା ୨ ବର୍ଷ ଝିଅର ରହସ୍ୟମୟ କାହାଣୀ ।

W3LiveNews
32

ବିନୋଦ କାପଡି ନିର୍ଦ୍ଦେଶିତ ଫିଲ୍ମ ‘ପିହୁ’ର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମ ଏକ ଦୁଇ ବର୍ଷ ଝିଅର କାହାଣୀ ଉପରେ ଆଧାରିତ । ଟ୍ରେଲରେ ଦେଖିବାକୁ ମିଳିଛି ଯେ ଦୁଇ ବର୍ଷର ଝିଅଟି ଘରେ ଏକାକୀ ଥାଏ ଏବଂ ପ୍ରିଜରେ ବନ୍ଦ ହୋଇଯାଏ । ଝିଅଟି ନିଜ ମା’କୁ ଉଠୀଇବା ପାଇଁ ପ୍ରୟାସ କରିଥାଏ । ଝିଅଟି କେତେବେଳେ ରେସେଇ ଘରକୁ ଯାଇ ଗ୍ୟାସ ଜଳାଇଦିଏ ତ କେତେବେଳେ ମାଇକ୍ରେୱେଭରେ ରୁଟି । ଫିଲ୍ମର ଟ୍ରେଲରୁ ଜଣାପଡୁଛି ଯେ ଏହା ସସପେନ୍ସରେ ଭରା ଏକ ଛୋଟ ଝିଅର କାହାଣୀ ।

ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଇଛି । ଫିଲ୍ମଟି ପୂର୍ବରୁ ମଧ୍ୟ ଅନେକ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇସାରିଛି । ଫିଲ୍ମ ନଭେମ୍ବର ୧୬ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More