Only for Entertainment

ରିଲିଜ ହେଲା ଫିଲ୍ମ ବାଟଲା ହାଉସର ଆଇଟମ ଡାନ୍ସ ନମ୍ବର ଗୀତ ‘ଓ ସାକି ସାକି’ , ଦେଖିବାକୁ ମିଳିଲା ପୁଣି ଥରେ ନୋରାଙ୍କ ଜବରଦସ୍ତ ଡାନ୍ସ !

65

ଅଭିନେତ୍ରୀ ନୋରା ଫତେହୀ ନିଜ ଡ୍ୟାନ୍ସ ପାଇଁ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି କାରଣ ପାଇଁ ସେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଉପହାର ଦେଉଛନ୍ତି । କିଛି ସମୟ ପୂର୍ବରୁ ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ବାଟଲା ହାଉସ’ର ନୂଆ ଗୀତ ‘ଓ ସାକି ସାକି ’ଗୀତ ରିଲିଜ ହୋଇଛି ।

ଏହି ଗୀତରେ ନୋରା ଫତେହୀଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭସ ଦେଖିବାକୁ ମିଳିଛି । ଗୀତ ରିଲିଜକୁ ନେଇ ନୋରା ଫତେହି ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

ଏଠାରେ ଆମେ କହିରଖୁଛୁ ଯେ, ‘ଓ ସାକି ସାକି’ ୨୦୦୪ରେ ରିଲିଜ ହୋଇଥିବା ସଂଜୟ ଦତ୍ତଙ୍କ ଫିଲ୍ମ ‘ମୁସାଫିର’ର ଗୀତ ‘ଓ ସାକି ସାକି’ର ରିମେକ ଅଟେ ।  ୨୦୦୪ରେ ରିଲିଜ ହୋଇଥିବା ଗୀତରେ କୋଏନା ମିତ୍ରା ନଜର ଆସିଥିଲେ । ଗୀତରେ କଣ୍ଠଦାନ କରିଛନ୍ତି ତୁଲସୀ କୁମାର, ନେହା କକ୍କର, ବି ପ୍ରାକ । ଗୀତକୁ ଲେଖିଛନ୍ତି ତନିଷ୍କ ବାଗଚୀ ଏବଂ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ-ଶେଖର ।

ଫିଲ୍ମ ବାଟଲା ହାଉସ ବିଷୟରେ କହିବାକୁ ଗଲେ ନିକଟରେ ଏହି ଫିଲ୍ମରେ ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ଜନ ଆବ୍ରାହମଙ୍କ ଅପୋଜିଟରେ ମୃଣାଳ ଠାକୁର ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More