Only for Entertainment

ରିଲିଜ ହେଲା ‘ବାଟଲା ହାଉସ’ର ନୂଆ ଇମୋସନାଲ ସଙ୍ଗ ‘ରୁଲା ଦିୟା’, ଦେଖନ୍ତୁ

Latestly
47

ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ବାଟଲା ହାଉସ’ର ଆଉ ଏକ ନୂଆ ଗୀତ ‘ରୁଲା ଦିୟା’କୁ ମେକର୍ସ ରିଲିଜ କରିଛନ୍ତି । ଗୀତରେ ଜନ ଆବ୍ରାହମ ଏବଂ ମୃଣାଲ ଠାକୁରଙ୍କ ମଧ୍ୟରେ ଇମୋସନାଲ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହି ଗୀତ ଦେଖିଲେ ଆପଣ ମଧ୍ୟ ନିଜ ଇମୋସନକୁ କଣ୍ଟ୍ରୋଲ କରିପାରିବେ ନହିଁ ।

ଗୀତରେ ଅଙ୍କିତ ତିୱାରୀ ଏବଂ ଧ୍ୱନୀ ଭାନୁଶାଳୀଙ୍କ ଆକର୍ଷୟଣୀୟ ଭଏସ ଶୁଣିବାକୁ ମିଳିଛି । ଏହାର ମ୍ୟୁଜିକ ମଧ୍ୟ ଅଙ୍କିତ ତିୱାରୀ ଦେଇଛନ୍ତି । ଏହାହର ଲିରିକ୍ସ ଲେଖିଛନ୍ତି ପ୍ରିନ୍ସ ଦୁବେ । ଫ୍ୟାନ୍ସ ଏହି ଗୀତକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ସାକି ସାକି ଏବଂ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା ଯାହାକୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି । ଫିଲ୍ମ ବାଟଲା ହାଉସ ୨୦୦୮ରେ ହୋଇଥିବା ଏନକାଉଣ୍ଟର ଉପରେ ଆଧାରିତ । ଫିଲ୍ମରେ ପ୍ରଥମଥର ପାଇଁ ଜନ ଆବ୍ରାହମ ଏବଂ ମୃଣାଲ ଠାକୁରଙ୍କୁ ଏକାଠି ଦେଖିବାକୁ ମିଳିବ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ । ବକ୍ସ ଅଫିସରେ ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଳକୁ ଟକ୍କର ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More