Only for Entertainment

ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ର ତୃତୀୟ ଗୀତ, ଦେଖିବାକୁ ମିଳିଲା ଶାହିଦ ଏବଂ ଶ୍ରଦ୍ଧା କପୁରଙ୍କ ଜବରଦସ୍ତ ଡ୍ୟାନ୍ସ ।

Box Office India
0 39

ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ ଏବେ ରିଲିଜ ଅପେକ୍ଷାରେ । ନିକଟରେ ଏହି ଫିଲ୍ମର ଆଉ ଏକ ନୂଆ ଗୀତ ରିଲିଜ କରାଯାଇଛି । ପଂଜାବୀ ସଙ୍ଗୀତରେ ସଜାଯାିôତବା ଏହି ଗୀତରେ ଶାହିଦ କପୁର ଏବଂ ଶ୍ରଦ୍ଧା କପୁରଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଏହି ଫିଲ୍ମ ୨୧ ସିପ୍ଟେମ୍ବରରେ ରିଲିଜ ହେବ ।

ଫିଲ୍ମର ନୂଆ ଗୀତ ହାର୍ଡ ହାର୍ଡକୁ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତକୁ ଗାଇଛନ୍ତି ମିକା ସିଂ, ସଚେତ ଟଣ୍ଡନ ଏବଂ ପ୍ରକୃତି କକ୍କର । ଏହି ଗୀତର ଲିରିକ୍ସ ସିଦ୍ଧାର୍ଥ-ଗରିମା ଲେଖିଥିବା ବେଳେ ମ୍ୟୁଜିକ ଦେଇଛନ୍ତି ଅଭିଜିତ ବଘନାନୀ ।
ଦେଖନ୍ତୁ-

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତକୁ ରିଲିଜ କରାଯାଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । କହିରଖୁଛୁ ଯେ ଫିଲ୍ମଟି ବିଜୁଳି ବିଭାଗର ଭଷ୍ଟ୍ରାଚାର ଉପରେ ଆଧାରିତ । ଫିଲ୍ମରେ ଶାହିଦ ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତିତ ୟାମୀ ଗୌତମ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More