Only for Entertainment

ରିଲିଜ ହେଲା ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ଟ୍ରେଲର, ୩ ମିନିଟର ଟ୍ରେଲରେ ଦେଖିବାକୁ ମିଳିଲା ଜବରଦସ୍ତ ରୋମାଞ୍ଚ ।

ndtv
0 52

ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ଟ୍ରେଲର କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ଫିଲ୍ମର କାହାଣୀ ଖୁବ ମଜାଦାର ଭାବେ ଆରମ୍ଭ ହୋଇଛି । ‘ପ୍ୟାର କା ପଂଚନାମା’, ‘ଟୟଲେଟ ଏକ ପ୍ରେମ କଥା’ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଦିବ୍ୟାଂଶୁ ଶର୍ମା ଫିଲ୍ମରେ ସହଅଭିନେତା ଭାବେ ନଜର ଆସିଛନ୍ତି । ଫିଲ୍ମରେ ଅଭିନେତ୍ରୀ ୟାମୀ ଗୌତମ ଏକ ଓକିଲ ଭୂମିକାରେ ନଜର ଆସିଛନ୍ତି । ୩ ମିନିଟର ଏହି ଟ୍ରେଲରରେ ଅନେକ ରୋମାଞ୍ଚ ଦେଖିବାକୁ ମିଳିଛି ।

ଫିଲ୍ମ କାହାଣୀ ବିଷୟରେ କହିବାକୁ ଗଲେ ଦିବ୍ୟାଂଶୁଙ୍କ ଫ୍ୟାକ୍ଟ୍ରିର ବିଜୁଳି ବିଲ୍ ହଠାତ ୫୪ ଲକ୍ଷ ଆସିବା ପରେ ଫିଲ୍ମରେ ଟୁଇଷ୍ଟ ଆସିଥାଏ । ଏହା ପରେ ଏହି ବିଲ୍ ଭରିବା ପାଇଁ ଅନେକ ଘଟଣା ଘଟିଯାଏ । ହଠାତ ଏତେ ବିଲ୍ ଆସିବା ଫଳରେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଆନ୍ତ ଏବଂ ଏହି ଘଟଣା କୋର୍ଟ ପର୍ଯ୍ୟନ୍ତ ପହଂଚିଥାଏ । କୋର୍ଟରେ ଦିବ୍ୟାଂଶୁଙ୍କ ସପକ୍ଷରେ ଶାହିଦ ଓକିଲ ହୋଇ ଲଢିଥାନ୍ତି ।

ଫିଲ୍ମର ଟ୍ରେଲରକୁ ଦେଖିଲେ କାହାଣୀ ଖୁବ ଜବରଦସ୍ତ ହୋଇଥିବା ବୋଲି ଆଶା କରାଯାଉଛି । ରିଲିଜ ହେବାର ୧ ଘଣ୍ଟା ମଧ୍ୟରେ ଟ୍ରେଲରକୁ ୨ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଫିଲ୍ମ ୨୧ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More