Only for Entertainment

ଦୁନିଆରେ ରହିଛି ଏପରି ଏକ ଗାଁ ଯେଉଁଠି ଫଟୋଗ୍ରାଫି କଲେ ଭରିବାକୁ ପଡେ ଜୋରିମାନ !

calcalist
0 34

ଦୁନିଆରେ ଏପରି କିଛି ସ୍ଥାନ ରହିଛି ଯାହାର ଫଟୋ ନଉଠାଇ ଆପଣ ରହିପାରିବେ ନାହିଁ । ଆପଣ ଏହାକୁ ନିଜ କ୍ୟାମେରାରେ ବାନ୍ଧି ରଖିବା ପାଇଁ ଚାହିଁବେ । ବୁଲିବା ପାଇଁ ଯାଉଥିଲେ ପ୍ରତ୍ୟେକ ଲୋକ ଫଟୋ ଉଠାଇବାକୁ ଭୁଲନ୍ତି ନାହିଁ । ସୁନ୍ଦର ଲୋକେସନରେ ଫଟୋ ଉଠାଇବା କାହାକୁ ବା ପସନ୍ଦ ନହେଁ ।

ସାଧାରଣତଃ ଭ୍ରମଣ କରିବା ପାଇଁ ଲେକେ ସୁଇଜରଲ୍ୟାଣ୍ଡକୁ ବାଛିଥାନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଦେଶକୁ ବଲିବା ପାଇଁ ସମସ୍ତଙ୍କର ଆଗ୍ରହ ଥାଏ । ସ୍ୱଜରଲ୍ୟାଣ୍ଡର ଏପରି ଏକ ଗ୍ରାମ ରହିଛି ଯାହା ଦେଖିବା ପାଇଁ ଖୁବ ସୁନ୍ଦର କିନ୍ତୁ ଆପଣ ଏଠାରେ ଫଟୋ ଉଠାଇ ପାରିବେ ନାହିଁ । ଏଠାରେ ଫଟୋଗ୍ରାଫିକୁ ବ୍ୟାନ କରାଯାଇଛି । ଏହା ପରେ ମଧ୍ୟ ଏଠାକୁ ଦୂର ଦୂରାନ୍ତରୁ ଅନେକ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି ।

village

ଏହି ଗ୍ରାମର ନାମ ହେଉଛି ବର୍ଗୁନ । ଏଠାକୁ ବୁଲିବାକୁ ଆସୁଥିବା ଲୋକ ଯଦି ଫଟୋଗ୍ରାଫି କରନ୍ତି ତେବେ ଏଥିପାଇଁ ତାଙ୍କୁ ପାଖାପାଖି ୪୧୩ ଡଲାର ଜୋରିମାନା ଦେବାକୁ ପଡିଥାଏ ।

ତେବେ ଫଟୋ ଉଠାଇବାକୁ ନେଇ କରାଯାଇଥିବା ବ୍ୟାନ ନିଷ୍ପତି ସରକାର ନୁହେଁ ବରଂ ଏହି ଗ୍ରାମବାସୀ ନେଇଛନ୍ତି । ଏହି ଗ୍ରାମର ବିଭିନ୍ନ ସ୍ଥାନରେ ଫଟୋଗ୍ରାଫି ବ୍ୟାନ ବୋଲି ନୋଟିସ ମଧ୍ୟ ଲଗାଯାଇଛି । ଏହାର ସୁନ୍ଦର ପ୍ରାକୃତିକ ଦୃଷ୍ୟରାଜିକୁ ଆପଣ କ୍ୟାମେରାରେ ନୁହେଁ ନିଜ ଆଖିରେ କଏଦ କରି ରଖିପାରିବେ ।

village1

ସେଠାରେ ରହୁଥିବା ଲୋକଙ୍କ ମତରେ ସୋସିଆଲ ମିଡିଆରେ ଯଦି ଏହି ଗ୍ରାମର ଫଟୋ ଶେୟାର କରାଯାଏ ତେବେ ଯେଉଁମାନେ ଯାଇନପାରିବେ ସେମାନେ ନିଶ୍ଚିତ ଭାବେ ନିରାଶ ହୋଇଯିବେ । ସେଥିପାଇଁ ଏହି ଗ୍ରାମରେ ଫଟୋଗ୍ରାଫିକୁ ବ୍ୟାନ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More