Only for Entertainment

ବିବାହ ଦିନ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

Happy Shappy
0 44

ବିବାହ ଦିନ ସୁନ୍ଦର ଦେଖାଯିବାପାଇଁ ଝିଅମାନେ ବିଭିନ୍ନ ପ୍ରକାର ଊପାୟ ଅବଲମ୍ବନ କରିଥାନ୍ତି । ଅନେକ ବ୍ଲିଚ ଓ ଥେରାପିଜକୁ ମଧ୍ୟ ଆପଣେଇଥାନ୍ତି । ସେହି ଥେରାପିଜ ଏଭଳି ଯେଉଁଥିରେ ସମୟ କମ ଲାଗିଥାଏ ଏବଂ ପ୍ରଭାବ ଶୀଘ୍ର ପଡ଼ିଥାଏ । ରଫ୍ ତ୍ୱଚାକୁ କୋମଳ ରଖିବାପାଇଁ ଏହି ଚିକିତ୍ସା ସବୁଠାରୁ ଭଲ ଅଟେ । ଏଥିରେ ଚକୋଲେଟ ବ୍ୟବହାର କରାଯାଏ, ଯେଉଁଥିରେ ତ୍ୱଚା ପାଇଁ ଖାସ୍ ପୋଷଣ ରହିଥାଏ । ଏହାକୁ ୩ଟିରୁ ୪ଟି ସ୍ତର ମଧ୍ୟରେ କରାଯାଇଥାଏ,ଏବଂ ଏହାର ଗୋଟିଏ ସିଟିଂ ପ୍ରାୟ ୪୦ ମିନିଟ । ଏହାର ପୂରା ପ୍ୟାକେଡ ଚକୋଲେଟ ଉପରେ ଆଧାରିତ ହୋଇଥାଏ ।

ବିବାହ ଦିନ ତ୍ୱଚାରୁ ବ୍ରଣ ଏବଂ ଦାଗ ଦୂରକରିବା ପାଇଁ ଆପଣ ଡର୍ମା ପିଲିଙ୍ଗ କରିପାରିବେ । ଏହାଦ୍ୱାରା ତ୍ୱଚା କୋମଳ ଏବଂ ପରିଷ୍କାର ହୋଇଥାଏ । ଏହି ପଦ୍ଧତିରେ ତ୍ୱଚାରେ କେମିକଲ ଆପ୍ଲିକେସନର ବ୍ୟବହାର କରାଯାଇଥାଏ । ଏହା ଖରାପ ହୋଇଥିବା ତ୍ୱଚାର ଉପର ସ୍ତରକୁ ବାହାରକରି ତ୍ୱଚାରେ ପରିବର୍ତ୍ତନ ଆଣିଥାଏ । ଏହା ପିଗମେଂଟ ଏବଂ ବ୍ରଣ ଆଦିକୁ ଭଲ କରିଥାଏ । ଏବେ ଭିଟାମିନ ସିରମ ଏବଂ କ୍ୟାପସୁଲ ମଧ୍ୟ ମିଳୁଛି, ଯାହାକୁ ତ୍ୱଚାରେ ବ୍ୟବହାର କରାଯାଇଥାଏ । ଏହା ଫଟା ତ୍ୱଚାକୁ ଭଲ କରିବା ସହିତ ବ୍ରଣକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏସବୁ କରିବା ପୂର୍ବରୁ ପ୍ରଥମେ ତ୍ୱଚାକୁ ପରୀକ୍ଷା କରାଯାଏ ଏବଂ ପ୍ରଡକ୍ଟ ଏବଂ ଡାଇଟ ମାଧ୍ୟମରେ ସପ୍ଲାଏ କରାଯାଇଥାଏ । ଭିଟାମିନ-ଏ, କ୍ୟାଲସିୟମ, ଜିଂକ, ଫାଇବର୍ସ ଏବଂ ଆଇରନକୁ ମଧ୍ୟ ପଠାଯାଇଥାଏ ।

ଚେହେରାକୁ ତୁରନ୍ତ ଆକର୍ଷଣୀୟ ଲୁକ ଦେବାପାଇଁ ଆପଣ ବୋଟାକ୍ସ ଅପ୍ସନକୁ ମଧ୍ୟ ଯାଇପାରିବେ । ଏହା ଚେହେରାରୁ ଦାଗ ଦୂରକରି ତ୍ୱଚାକୁ ଟାଇଟ କରିଥାଏ । ଏହା ବ୍ୟତୀତ ପ୍ରତ୍ୟେକ ବୟସର ମହିଳାମାନଙ୍କ ପାଇଁ ରିଜୁବିନେସନ ଲେଜର, କଂପ୍ଲେକ୍ସନ ଲେଜର, ଫ୍ରେକ୍ସନଲ ଲେଜର, ହେୟର ରିମୁଭାଲ ଲେଜର ଏବଂ କେମିକଲ ପିଲର୍ସ ଡିମାଣ୍ଡ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More