ଏଭଳି ଜାଗାରେ ଘର କଲା ମହୁମାଛି, ଯାହା ଆପଣ ଆଗରୁ ଦେଖିନଥିବେ !
ମହୁମାଛିର ଘର ଗଛ ,ବଡ ବଡ କୋଠା କିମ୍ବା ଛାତର ଧାରରେ ହୋଇଥାଏ । କିନ୍ତୁ ଖେଳ ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟରରେ ଏକ ଏଭଳି ଭିଡିଓ ଶେୟାର କରିଛନ୍ତି ,ଯାହାକୁ ଦେଖି ସମସ୍ତେ ହସି ହସି ଗଡିଯିବେ । ଅସଲରେ ଏହି ଭିଡିଓରେ ଜଣେ ବ୍ୟକ୍ତି ଯେଉଁ ଜିନ୍ସ ପ୍ୟାଂଟ ପିନ୍ଧିଛି , ତା’ର ପ୍ୟାଂଟ ପଛରେ ମହୁମାଛି ଘର ବନାଇଥିବା ନଜର ଆସିଛି । ଏହା କିଭଳି ସମ୍ଭବ ? ଏହା ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ରିଜିଜୁ ଲେଖିଛନ୍ତି ଯେ ‘ଏଭଳି କେବଳ ନାଗାଲାଣ୍ଡରେ ହୋଇପାରିବ ।
କିରଣ ରିଜିଜୁ ବୁୂଧବାର ଦିନ ନିଜ ଟ୍ୱିଟର ଅକାଉଂଟରେ ଏହାକୁ ଶେୟାର କରିଛନ୍ତି । ସେ କ୍ୟାପଶନ ଲେଖିଛନ୍ତି ‘ସତରେ ମହୁମାଛି ଫେଣା ଖୁବ ଅଜବ ଜାଗାରେ ହୋଇଛି । ଏହା କେବଳ ନାଗାଲାଣ୍ଡରେ ସମ୍ଭବ ।
This is really a Beehive in an unlikely place. This can happen only in Nagaland!
Sources; @MmhonlumoKikon from Nagaland pic.twitter.com/fpqpD5JJku— Kiren Rijiju (@KirenRijiju) August 21, 2019
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଏବେ ପର୍ଯ୍ୟନ୍ତ ହାରାହାରି ୪୦ହଜାରରୁ ଉଦ୍ଧ୍ୱର୍ ଲୋକ ଦେଖିସାରିଲେଣି । ଏହାକୁ ୬୦୦ରୁ ଅଧିକ ରି-ଟ୍ୱିଟ କରାଯାଇସାରିଲାଣି ଏବଂ ୩ହଜାରରୁ ଉଦ୍ଧ୍ୱର୍ ଲାଇକ୍ସ ମିଳିଛି । କିନ୍ତୁ ଏହା କିଭଳି ସମ୍ଭବ? ତାହା ଚିନ୍ତାର ବିଷୟ !