Only for Entertainment

ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ ମଦ ।

Evening Standard
223
  • ଯଦି ଆପଣଙ୍କ ତ୍ୱଚା ଡ୍ରାଏ ହୋଇ ଡଲ୍‌ ଲାଗୁଛି ଏବଂ ଆପଣ ଏଥିରେ ଗ୍ଲୋ ଆଣିବାକୁ ଚେଷ୍ଟା କରୁଛନ୍ତି, ତେବେ ବିଅର ଆପଣଙ୍କର ଖୁବ୍‌ କାମରେ ଆସିବ। ଅଧ ଚାମଚ ବିଅର୍‌ରେ କଞ୍ଚା ଅଣ୍ଡାର ଧଳାଅଂଶ ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ଶୁଖିବା ପରେ ଧୋଇଦିଅନ୍ତୁ। ଏପରି କିଛିଦିନ କରନ୍ତୁ, ତ୍ୱଚା ସଫ୍ଟ ହେବା ସହ ଏଥିରେ ଗ୍ଲୋ ମଧ୍ୟ ଆସିବ।
  • ବେଦାଗ ସୁନ୍ଦର ତ୍ୱଚା କାହାକୁ ବା ଭଲ ନ ଲାଗେ। ଆଉ ଯାହା ମୁହଁରେ ଦାଗ ଥାଏ ସେମାନେ ଏହାର ପ୍ରତିକାର ନିମନ୍ତେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ଯଦି ଆପଣ ବି ଏ ସମସ୍ୟାକୁ ନେଇ ଚିନ୍ତିତ, ତେବେ ଏକ ଚାମଚ ଟମାଟୋ ରସରେ ଅଳ୍ପ ବିଅର ମିଶାଇ ତ୍ୱଚାରେ ମସାଜ୍‌ କରନ୍ତୁ। ୫ ମିନିଟ୍‌ ପରେ ଭଲଭାବେ ମୁହଁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ନା କେବଳ ଦାଗ ଦୂର ହେବ ବରଂ ସ୍କିନ୍‌ଟୋନ୍‌ ବି ବଢ଼ିବ।
  • ସନ୍‌ବର୍ନ କିମ୍ବା ଟୋନିଂ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ୨ ଚାମଚ ଅମୃତଭଣ୍ଡା ପେଷ୍ଟ ସହ ଅଳ୍ପ ବିଅର ମିଶାନ୍ତୁ। ଏହି ପ୍ୟାକ୍‌କୁ ପ୍ରଭାବିତ ସ୍ଥାନରେ ମସାଜ୍‌ କରନ୍ତୁ ଏବଂ କିଛି ସମୟ ପରେ ଧୋଇଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ସମସ୍ୟା ଦୂର ହେବା ସହ ସ୍କିନ୍‌ ଗ୍ଲୋ ବି ବୃଦ୍ଧି ହେବ।
  • ବିଅର ତ୍ୱଚା ପାଇଁ ବେଷ୍ଟ କ୍ଲିଞ୍ଜର ଭଳି କାମ କରିଥାଏ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଳ୍ପ ବିଅରରେ ମୁହଁକୁ ହାଲ୍‌କା ମସାଜ କରି ପାଣିରେ ଧୋଇଦିଅନ୍ତୁ ଉପକୃତ ହେବେ।
  • କେଶର ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ବିଅର ଉପକାରୀ। କେଶ ଶାମ୍ପୋ କରିବା ପରେ କଣ୍ଡିଶନର ପରିବର୍ତ୍ତେ ବିଅର ଲଗାଇ କେଶମୂଳକୁ ଧୀରେ ଧୀରେ ମସାଜ କରନ୍ତୁ। ୨ ମିନିଟ୍‌ ପରେ ପାଣିରେ ଭଲଭାବେ ଧୋଇଦିଅନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More