Only for Entertainment

ତ୍ୱଚାର ସୌନ୍ଦର୍ଯ୍ୟ ବଢାଏ ବିଟ୍

70

ଘରେ ଥିବା ବିଟ୍‌ ଶୁଖିଗଲେ ଏହାକୁ ନ ଫୋପାଡି ଏ ଗ୍ରାଇଣ୍ଡିଂ କରି  ଏହାର ପାଉଡ଼ର ପ୍ରସ୍ତୁତ କରି ଦିଅନ୍ତୁ ।ଏହି ପାଉଡ଼ରରେ ବାଦାମ ତେଲ  ମିଶାଇ ପେଷ୍ଟ ତିଆରି କରି ଏକ କାଚ ବୋତଲରେ ପୂରାଇ ରଖନ୍ତୁ। ସବୁଦିନ ଏହାର ଏକ ବୁନ୍ଦା ନେଇ ମୁହଁରେ ଓ ଓଠରେ ଲଗାନ୍ତୁ ଓ ଆସ୍ତେଆସ୍ତେ ମାଲିସ କରନ୍ତୁ। ଏହାଦ୍ୱାରା ଓଠରୁ ନ୍ୟାଚୁରାଲ ଗ୍ଲୋ ବାହାରିଥାଏ।  ତ୍ୱଚା ଲାଗି ବ୍ୟବହାର କରୁଥିବା ମାସ୍କରେ ମଧ୍ୟ ଆପଣ ଏହି ପେଷ୍ଟକୁ ଲଗାଇ ପାରିବେ। ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

ଆପଣଙ୍କ ଆଖି ତଳେ ଡାର୍କ ସର୍କଲ ପଡ଼ି ଯାଉଛି କି? ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେବ। ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ବିଟ୍‌ ରସରେ ବାଦାମ ତେଲ ୪-୫ ବୁନ୍ଦା ପକାଇ ଆଖି ଚାରି ପାଖରେ ଲଗାଇ ଦିଅନ୍ତୁ। ଅଧ ଘଣ୍ଟା ପରେ ଫେସ୍‌ୱାଶ୍ ଲଗାଇ ମୁହଁକୁ ଧୋଇ ଦିଅନ୍ତୁ।

ମୁହଁରେ ବ୍ରଣ କିମ୍ୱା କିଛି ଡାର୍କ ସ୍ପଟ୍‌ ହୋଇଥିଲେ ୨ ଚାମଚ ମୁଲତାନି ମିଟିରେ ୫ ଚାମମ ବିଟ୍‌ ରସ ମିଶାଇ ମୁହଁରେ ଏବଂ ବେକରେ ଲଗାଇ ଦିଅନ୍ତୁ । ଅଧ ଘଣ୍ଟା ପରେ ହାଲକା ଭାବେ ମସାଜ କରି ମୁହଁକୁ ସଫା କରି ଦିଅନ୍ତୁ।ବୟସର ଛାପ ଲୁଚାଇବା ନିମନ୍ତେ ଏହାକୁ ବ୍ୟବହାର କଲେ ରାମବାଣ ଭଳି କାମ କରିବ। ଏଥିରେ ଥିବା ଆଣ୍ଟିଅକ୍ସିଣ୍ଡେଣ୍ଟ ଚେହେରାରେ ଭାଙ୍ଗ ପଡିବାକୁ ଦେବ ନାହିଁ।  ତେଣୁ ପ୍ରତିଦିନ ସକାଳେ ବିଟ୍‌ ରସକୁ ମୁହଁରେ ଲଗାଇବାକୁ ଭୁଲନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More