Only for Entertainment

ଗୃହରେ ପ୍ରବେଶ କରିବା ପୂର୍ବରୁ କରନ୍ତୁ ଏହି କାମ, ସୌଭାଗ୍ୟରେ ପରିଣତ ହେବ ଦୁର୍ଭାଗ୍ୟ

Useful Home Remedies
0 75

ମନୁଷ୍ୟର ବ୍ୟବହାର ହିଁ ତା’ର ଅଭ୍ୟାସର ପ୍ରତିମ୍ବିବ ହୋଇଥାଏ । ଏବଂ ବ୍ୟବହାର ମନୁଷ୍ୟର ସଫଳତା କିମ୍ବା ବିଫଳତାକୁ ଦର୍ଶାଇଥାଏ । ତେଣୁ ବ୍ୟକ୍ତିର ସଫଳତା ଏବଂ ବିଫଳତା ବ୍ୟକ୍ତିର ଅଭ୍ୟାସ ଉପରେ ନିର୍ଭର କରିଥାଏ । ବ୍ୟକ୍ତିର ଅଭ୍ୟାସ ହିଁ ତାକୁ ଶୁଭ କିମ୍ବା ଅଶୁଭ ଫଳ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଖାସ କଥା ବିଷୟରେ, ଯାହା କରିବା ପୂର୍ବରୁ ପାଦକୁ ସଫା କରିବା ଜରୁରୀ ଅଟେ । ଯଦି ଏହି ନିୟମ ଗୁଡିକର ପାଳନ କରାନଯାଏ ତେବେ ଏହା ବ୍ୟକ୍ତିର ଦୁର୍ଭାଗ୍ୟର କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ପୂର୍ବରୁ ପାଦକୁ ଧୋଇ ସଫା କରିବା ଆବଶ୍ୟକ ଅଟେ ।

  • ଘରେ ପ୍ରବେଶ କରିବା ପୂର୍ବରୁ
    ବାହାରୁ ଘରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ପାଦକୁ ସଫା ପାଣିରେ ଧୋଇବା ଆବଶ୍ୟକ । ଏହା କରିବା ଦ୍ୱାରା କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ସହିତ ଘରେ ପ୍ରବେଶ କରିପାରିବ ନାହିଁ ।
  • ପୂଜା କରିବା ପୂର୍ବରୁ
    ପୂଜା କରିବା ସମୟରେ ବ୍ୟକ୍ତିର ମନ ଏବଂ ଶରୀର ସ୍ୱଚ୍ଛ ରହିବା ଜରୁରୀ ଅଟେ । ପୂଜା କରିବା ପୂର୍ବରୁ ହାତ ତ ସମସ୍ତେ ଧୋଇଥାନ୍ତି କିନ୍ତୁ ପାଦ ଧୋଇବାର ଅଭ୍ୟାସ କମ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଥାଏ । ପୂଜା କରିବା ପୂର୍ବରୁ ପାଦ ଧୋଇବା ସେତିକି ଜରୁରୀ ଯେପରି ହାତ ଧୋଇବା । ତେଣୁ ଧ୍ୟାନ ରଖନ୍ତୁ ପୂଜା କରିବା ପୂର୍ବରୁ ପାଦକୁ ମଧ୍ୟ ଭଲ ଭାବେ ଧୋଇବା ଆବଶ୍ୟକ ।
  • ଶୋଇବା ପୂର୍ବରୁ
    ଶୁଖ ନିଦ୍ରା ପୂରା ଦିନକୁ ପ୍ରଭାବିତ କରିଥାଏ । ଶୋଇବା ପୂର୍ବରୁ ପାଦ ଧୋଇବା କଥା ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ଏହା କରିବା ଫଳରେ ଗଭୀର ନିଦ ଆସିଥାଏ ଏବଂ ଖରାପ ସ୍ୱପ୍ନ ମଧ୍ୟ ଆସିନଥାଏ ।
  • ଖାଇବା ପୂର୍ବରୁ
    ଶାସ୍ତ୍ର ଅନୁସାରେ ପ୍ରତ୍ୟେକଥର ଭୋଜନ କରିବା ପୂର୍ବରୁ ହାତ ସହିତ ପାଦ ମଧ୍ୟ ଧୋଇବା ଆବଶ୍ୟକ । ଏହା କରିବା ଶୁଭ ହୋଇଥାଏ ଏବଂ ଖାଦ୍ୟର ସପୂର୍ଣ୍ଣ ପୋଷକ ତତ୍ତ୍ୱ ଶରୀରକୁ ମିଳିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More