Only for Entertainment

ଭୁବନେଶ୍ୱରରେ ଖୋଲିଲା ସଲମାନଙ୍କ ବ୍ରାଣ୍ଡ ‘ବିଙ୍ଗ ହ୍ୟୁମନ’ । ମିଳିବ ୫୦ ପ୍ରତିଶତ ରିହାତି ।

45

ଭାଇଜାନଙ୍କୁ ସମସ୍ତେ ଭଲ ପାଆନ୍ତି । ଯେତିକି ତାଙ୍କୁ ସେତିକି ତାଙ୍କ ଅଭିନୟକୁ । କେବଳ ଅଭିନୟ ନୁହେଁ ବାସ୍ତବ ଜୀବନର ସୁନ୍ଦର ଏବଂ ଇମ୍ପ୍ରେଶିଭ ବ୍ୟବହାରରେ ସେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ବିଙ୍ଗ ହ୍ୟୁମନ ନାମରେ ରହିଛି ସଲମାନଙ୍କର ଏକ ଚାରିଟି । ଯାହା ମାଧ୍ୟମରେ ସେ ହଜାର ହଜାର ଲୋକଙ୍କର ସହାୟତା କରନ୍ତି । ସବୁବେଳେ ଆପଣ ମାନେ ନିହାତି ଭାବରେ ସଲମାନଙ୍କ ଟ୍ୟାଗ ବିଙ୍ଗ ହ୍ୟୁମନ ବିଷୟରେ ଶୁଣୁଥିବେ ଏବଂ ପଢୁଥିବେ । ଏକାଧିକ ଛୋଟ ପିଲାଙ୍କର ଭରଣ ପୋଷଣ କରୁଛନ୍ତି ଏହି ଦୟାଳୁ ଅଭିନେତା । ବିଙ୍ଗ ହ୍ୟୁମନ ନାମରେ ତାଙ୍କର ରହିଛି ଏକାଧିକ ସଂସ୍ଥା । ତେବେ ବିଙ୍ଗ ହ୍ୟୁମନ ଚାରିଟି ଭଳି ବିଙ୍ଗ ହ୍ୟୁମନ ଜିମ ଇକ୍ୱିପମେଂଟ ସପ ମଧ୍ୟ ରହିଛି ସଲମାନଙ୍କର । ବିଭିନ୍ନ ସ୍ଥାନରେ ବିଙ୍ଗ ହ୍ୟୁମନ ନାମରେ ଜିମ ଇକ୍ୱିପମେଂଟ ସପ ଖୋଲିଛନ୍ତି ବଲିଉଡ ଦବଙ୍ଗ । ଏହା ସହିତ ଆପଣ ଦେଖିଥିବେଯେ ଭାଇଜାନଙ୍କ ଡ୍ରେସରେ ମଧ୍ୟ ଥାଏ ବିଙ୍ଗ ‘ହ୍ୟୁମନ ଟ୍ୟାଗ’ । ଯଦି ଆପଣ ସଲମାନଙ୍କର ଜଣେ ବଡ଼ ଫ୍ୟାନ ତେବେ ନିହାତି ଭାବରେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ଏକାଧିକ ସମୟରେ ଭାଇଜାନଙ୍କୁ ଯୁବପିଢୀ ମାନେ ଅନୁସରଣ କରୁଥିବାର ନଜର ଆସେ, ଯେଉଁଥିରେ ଅନ୍ତର୍ଭୁକ୍ତ ଥାଏ ତାଙ୍କ ଡ୍ରେସିଂ ଷ୍ଟାଇଲ । ତେଣୁ ଏହି ଡ୍ରେସିଂ ଷ୍ଟାଇଲର ଫାଇଦା ବର୍ତ୍ତମାନ ଭୁବନେଶ୍ୱରରେ ମଧ୍ୟ ଉପଲବ୍ଧ ।

 

ବାସ୍ତବରେ ଭୁବନେଶ୍ୱରର ଡି.ଏନ ରେଙ୍ଗାଲିଆ ମଲକୁ ଆସିଯାଇଛି ସଲମାନଙ୍କ ବିଙ୍ଗ ହ୍ୟୁମନ ବ୍ରାଣ୍ଡ । ଯାହା ଯୁବପିଢୀଙ୍କୁ ନିହାତି ଭାବରେ ଆକର୍ଷିତ କରିବ । ତେବେ ଏହାର ଏକ ଭିଡ଼ିଓ ବିଙ୍ଗ ହ୍ୟୁମନ କ୍ଲଥିଙ୍ଗ ଫେସବୁକ ଆକାଉଂଟରେ ପୋଷ୍ଟ ହୋଇଛି । ଯେଉଁଥିରେ ସଲମାନ ବ୍ରାଣ୍ଡ ପ୍ରମୋଶନ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More