Only for Entertainment

ଧ୍ୱନୀ ଭାନୁଶାଳୀଙ୍କ ଭଏସରେ ରିଲିଜ ହେଲା ‘ବେଖୟାଲି’ର ଫିମେଲ୍ ଭର୍ସନ୍, ଦେଖନ୍ତୁ

Sound Box
115

ଚଳଚ୍ଚିତ୍ର ‘କବିର୍ ସିଂ’ ର ରୋମାଂଟିକ୍ ଗୀତ ‘ବେଖୟାଲି’ର ଫିମେଲ୍ ଭର୍ସନ୍ ୟୁଟୁବରେ ରିଲିଜ୍ ହୋଇଛି । ଗୀତର ଲୋକପ୍ରିୟତାକୁ ଦେଖି ମେକର୍ ଏହାର ଫିମେଲ୍ ଭର୍ସନ୍ ଭେଟି ଦେଇଛନ୍ତି । ଗୀତରେ ଶୁଣିବାକୁ ମିଳିଛି ଧ୍ୱନୀ ଭାନୁଶାଳୀଙ୍କ ଆକର୍ଷଣୀୟ ଗୀୟିକୀ । ଆଉ ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓରେ ବି ଧ୍ୱନୀଙ୍କୁ ଦେଖିବାକୁ ମିଳିଛି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସାଚେତ୍ – ପରମ୍ପରା । ଗୀତିକାର ଇରସାଦ୍ କାମଲୀ ଏହି ମନଛୁଆଁ ଗୀତର ଲିରିକ୍ସର ଭାର ତୁଲାଇଛନ୍ତି ।

ଧ୍ୱନୀ ଭାନୁଶାଳୀ ନିଜ ୟୁନିକ୍ ସିଙ୍ଗି ଟ୍ୟାଲେଂଟ୍ ପାଇଁ ବଲିଉଡରେ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ତାଙ୍କର ଆସିଥିବା ଅନେକ ଗୀତ ହିଟ୍ ଲିଷ୍ଟରେ ସାମିଲ୍ ହୋଇପାରିଛି । ଆଉ ଯାହାକୁ ନଜରରେ ରଖି ମେକର୍ ତାଙ୍କୁ ନେଇ ବେଖୟାଲିର ଫିମେଲ୍ ଭର୍ସନ୍ ଭେଟି ଦେଇଛନ୍ତି । ସୋସିଆଲ୍ ମିଡିଆରେ ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ଚଳଚ୍ଚିତ୍ର କବିର୍ ସିଂ ବକ୍ସ ଅଫିସରେ ଧମାଲ୍ କରିବାରେ ଲାଗିଛି । ଫିଲ୍ମଟିର ବ୍ୟବସାୟ ୩୦୦ କୋଟିକୁ ଟପି ସାରିଲାଣି । ଦମଦାର୍ କାହାଣୀ ସାଙ୍ଗକୁ ଆକର୍ଷଣୀୟ ଗୀତ ଶୁଣିବାକୁ ମିଳିଥିଲା ଏହି ସିନେମାରେ । ଫିଲ୍ମରେ ସାହିଦ କପୁରଙ୍କ ସହିତ କିଆରା ଆଡଭାଣୀ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More