Only for Entertainment

ମହିଳାଙ୍କ ପାଇଁ କେତେ ଉପକାରୀ କସୁରୀ ମେଥି ଜାଣି ରଖନ୍ତୁ ।

manjus kitchen
0 34

ଖାଇବାର ସ୍ୱାଦ ବଢାଇବା ପାଇଁ କସୁରୀ ମେଥିର ବ୍ୟବହାର କରାଯାଇଥାଏ । ଏହା ପ୍ରତ୍ୟେକ ରୋଷେଇ ଘରେ ସହଜରେ ମିଳିଯାଇଥାଏ । ବେବଳ ଖାଦ୍ୟର ସ୍ୱାଦ ନୁହେଁ ଏହା ମହିଳାଙ୍କ ପାଇଁ ମଧ୍ୟ ଖୁବ ଉପଯୋଗୀ । ସାଧାରଣତଃ
ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଓ ରକ୍ତହୀନତା ବା ଏନିମିଆ  ଭଳି ଅନେକ ସମସ୍ୟା ମହିଳାଙ୍କ ନିକଟରେ  ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ ଦେଖାଯାଉଥିବା ଛୋଟମୋଟ ସମସ୍ୟାକୁ କିପରି ଠିକ୍‌ କରିପାରିବ ସେ ସମ୍ପର୍କରେ ଜାଣି ରଖିବା।

  • ସନ୍ତାନ ପ୍ରସବ ପରେ କସୁରୀ ମେଥି ଶରୀର ପାଇଁ ବେଶ ଲାଭଦାୟକ। ବିଶେଷ କରି ସ୍ତନ୍ୟପାନ କରାଉଥିବା ମହିଳାମାନେ ଏହାକୁ ନିୟମିତ ଖାଇଲେ ଭଲ।
  • ମହିଳାଙ୍କ ଶରୀରରେ ରକ୍ତହୀନତା ଦେଖାଦେଲେ କସୁରୀ ମେଥି ଭଲ କାମ ଦେଇଥାଏ। କାରଣ ଏଥିରେ ଯଥେଷ୍ଟ ପରିମାଣରେ ଆଇରନ୍‌ ରହିଛି। ଏହା ହେମୋଗ୍ଲୋବିନର ପରିମାଣକୁ ବୃଦ୍ଧି କରିବା ସହ ଶରୀରରେ ରକ୍ତହୀନତା ଦୂର କରିଥାଏ।
  • ପେଟରେ ଇନ୍‌ଫେକ୍ସନ୍‌ ଥିଲେ ନିୟମିତ କସ୍ତୁରୀ ମେଥି ଖାଇବା ଭଲ। ହୃଦ୍‌ରୋଗ ଓ ଗ୍ୟାଷ୍ଟ୍ରିକ ସମସ୍ୟା ଥିଲେ ନିୟମିତ କସୁରୀ ମେଥି ଖାଇଲେ ଏଥିରୁ ମୁକ୍ତି ମିଳିଥାଏ।
  • ଉଷୁମ ପାଣି ସହ କସୁରୀ ମେଥି ଓ ଲେମ୍ବୁ ମିଶାଇ ଖାଇଲେ ପେଟ ଇନ୍‌ଫେକ୍ସନ୍‌ ଭଲ ହୋଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More