ପ୍ରତିଦିନ ପିଅନ୍ତୁ ଗାଜର ଜୁସ ମିଳିବ ଏହି ସବୁ ଫାଇଦା !
ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। ନିଦ ଶରୀର ପାଇଁ ଅତି ଜରୁରୀ। ଶରୀରକୁ ଆରାମ ନ ମିଳିଲେ ନାନାପ୍ରକାର ରୋଗ ସୃଷ୍ଟି ହୋଇଥାଏ। ନିଦ୍ରାହୀନତା ଦୂରେଇବା ପାଇଁ ଆପଣ ଅନେକ ଔଷଧ ଏବଂ ଟିପ୍ସ ବତାଇଥିଲୁ । ମାତ୍ର ଏଠାରେ ଏକ ସହଜ ଉପାୟ ଆମେ ଆପଣଙ୍କୁ ବତାଇବୁ । ଅନିଦ୍ରା ସମସ୍ୟା ଦୂର ପାଇଁ ପ୍ରତିଦିନ ସକାଳେ ଗାଜର ଜୁସ୍ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେକ ରହିଛି।
ତେବେଗାଜର ଜୁସ୍ରେ ଭିଟାମିନ୍ ଏ, ସି, ଡି, ବି-୬, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଲୌହ, କୋବାଲାମିନ୍, ସୋଡିୟମ୍, ପୋଟାସିୟମ୍, ପ୍ରୋଟିନ୍ ଆଦି ରହିଥାଏ। ଏହା କୋଲେଷ୍ଟରଲସ୍ତରକୁ କରିଥାଏ ନିୟନ୍ତ୍ରିତ। ଏହା ରକ୍ତଶର୍କରାସ୍ତର ସ୍ବାଭାବିକ କରିଥାଏ। ଫଳରେ ଡାଇବେଟିସ୍ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।