Only for Entertainment

କ୍ଷୀରରେ ମିଶାନ୍ତୁ ଡାଳଚିନି ଏବଂ ମହୁ ! ଅନେକ ରୋଗ ପାଇଁ ରାମବାଣ ପରି କରିଥାଏ କାମ

Power of Positivity
99

କ୍ଷୀର ଏକ ପୌଷ୍ଟିକ ଏବଂ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ । କିନ୍ତୁ କ୍ଷୀରରେ ଯଦି କିଛି ଆୟୁର୍ବେଦିକ ଜିନିଷ ମିଶା ଯାଏ ତେବେ ଏହାର ଲାଭ ଦୁଇଗୁଣ ହୋଇଯାଇଥାଏ । କ୍ଷୀରରେ ଡାଳଚିନି ମିଶାଇ ପିଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏଥିପାଇଁ ଗୋଟିଏ କପ ଗରମ କ୍ଷୀରରେ ଏକ ଚାମଚ୍ ଡାଳଚିନି ଏବଂ ଏକ ଚାମଚ୍ ମହୁ ମିଶାନ୍ତୁ । ଏବେ ଜାଣନ୍ତୁ ଏହି ଡାଳଚିନି ମିଶା କ୍ଷୀରର ଔଷଧୀୟ ଗୁଣ ।

  • ଡାଳଚିନି ମିଶାଇଲେ କ୍ଷୀରର ଆଣ୍ଟି ବ୍ୟାଟେରିଆଲ୍ ଗୁଣ ବଢିଯାଇଥାଏ । ଯାହାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ ।
  • ଯଦି ଆପଣଙ୍କ ହାଡ ଦୁର୍ବଳ ତେବେ କ୍ଷୀରରେ ଡାଳିଚିନି ଏବଂ ମହୁ ମିଶାଇ ପିଅନ୍ତୁ । ଏପରି ନିୟମିତ ପିଇବା ଦ୍ୱାରା ହାଡ ଶକ୍ତ ହୋଇଥାଏ ।
  • କ୍ୟାନ୍ସର ପରି ଭୟାନକ ରୋଗକୁ ଏଡେଇବାକୁ ଚାହୁଁଥିଲେ ନିୟମିତ କ୍ଷୀରରେ ଡାଳଚିନି ଏବଂ ମହୁ ମିଶାଇ ପିଅନ୍ତୁ ।
  • କ୍ଷୀରରେ ଡାଳଚିନି ମିଶାଇ ପିଇଲେ ଗଳା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ସେହିପରି କ୍ଷୀରରେ ଡାଳଚିନି ଏବଂ ମହୁ ମିଶାଇ ପିଇଲେ କେଶ ଝଡିବା କମ୍ ହେବା ସହ କେଶ ମୂଳ ମଜଭୂତ ହୋଇଥାଏ । ଏହାସହ ବ୍ରଣ ଏବଂ କଳାଦାଗରୁ ମଧ୍ୟ ମୁକ୍ତି ମିଳିଥାଏ ।
  • ନିୟମତି ଏହି କ୍ଷୀର ପିଇଲେ ପେଟ ଗ୍ୟାସ୍ ଏବଂ ଏସିଡିଟି ସହ ଅଜୀର୍ଣ୍ଣରୁ ତୁରନ୍ତ ମୁକ୍ତି ମିଳିଥାଏ ।
  • ଡାଳଚିନି ମିଶା କ୍ଷୀର ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।
    ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ କ୍ଷୀରରେ ଡାଳଚିନି ମିଶା କ୍ଷୀର ପିଅନ୍ତୁ । ଏପରି କଲେ ଭଲ ନିଦ ହେବା ସହ ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳେ ।
  • ତେବେ ଡାଳଚିନି ମିଶା କ୍ଷୀରରୁ ସେତେବେଳେ ଲାଭ ମିଳିଥାଏ ଯଦି ନିୟମିତ ଏହାକୁ ପିଇବେ । ଏହି କ୍ଷୀର ସମ୍ପୁର୍ଣ୍ଣ ଭାବରେ ଆୟୁର୍ବେଦିକ । ତେଣୁ କୌଣସି ବିପରିତ ପ୍ରଭାବ ପଡିନଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More