Only for Entertainment

ମସ୍ତିଷ୍କକୁ ସକ୍ରିୟ ରଖେ ଆଲମଣ୍ଡ, ଜାଣନ୍ତୁ ଆଉ କିଛି ଫାଇଦା ସମ୍ପର୍କରେ

google
97

ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ସକାଳୁ ଉଠି ଖାଲି ପେଟରେ ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ସହଜରେ ଦୂର ହୋଇ ଯାଇଥାଏ । ସବୁଠାରୁ ବଡ଼ କଥା ହେଲା ଆଲମଣ୍ଡ ଖାଇବା ଦ୍ୱାରା ମସ୍ତିଷ୍କ ସକ୍ରିୟ ଭାବେ କାମ କରିଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…

  • କୋଲେଷ୍ଟ୍ରଲ ଶରୀର ପାଇଁ ଜରୁରୀ । କିନ୍ତୁ ଏହାର ମାତ୍ରା ଅଧିକ ହେବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଏଭଳି ପରିସ୍ଥିତିରେ ଆଲମଣ୍ଡ ଖାଇବା ଦ୍ୱାରା ସେଥିରେ ଥିବା ଭିଟାମିନ ଏବଂ ମୋନୋ ସାଚୁରେଟେଡ୍‌ ଫ୍ୟାଟ୍‌ସ ଖରାପ କୋଲେଷ୍ଟ୍ରଲକୁ କମ କରି ଶରୀରକୁ ସୁସ୍ଥ ରଖିଥାଏ ।
  • ଯଦି ଆପଣ ନିଜର କେଶକୁ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ସବୁବେଳେ ଆଲମଣ୍ଡ ଖାଇବା ଆରମ୍ଭ କରନ୍ତୁ । ଏହା କେଶ ଝଡ଼ିବା ରୋକିବା ସହ ଶକ୍ତ କରିଥାଏ । ଆଲମଣ୍ଡ ଖାଇବା ଦ୍ୱାରା କେଶ ଶୀଘ୍ର ଧଳା ହୋଇ ନଥାଏ ।
  • ଯଦି ଆପଣ ସକାଳ ସମୟରେ ପାଣିରେ ବତୁରା ଯାଇଥିବା ଆଲମଣ୍ଡକୁ ଖାଉଛନ୍ତି, ତେବେ ଆପଣଙ୍କ ଚର୍ବି କମ ହୋଇଯିବ । କାରଣ ଆଲମଣ୍ଡ ଖାଇବା ଦ୍ୱାରା ଏଥିରେ ଥିବା ମନୋସାଚୁରେଟେଡ୍‌ ଫ୍ୟାଟ୍‌ ଭୋକ ଲାଗିବାକୁ ଦେଇ ନଥାଏ ।
  • ଆଲମଣ୍ଡରେ ଅଧିକ ମାତ୍ରାରେ ପୋଟାସିୟମ ଏବଂ ସୋଡିୟମ ରହିଥାଏ । ଯାହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More