Only for Entertainment

ଜାଣନ୍ତୁ ପେସ୍ତାବାଦାମର ଉପକାରୀତା…

PC SUPPLIERS CO LTD
0 58

ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଟସ ମଧ୍ୟରେ ପେସ୍ତାବାଦାମ ଅନ୍ୟତମ । ଭାରତୀୟ ମିଠା ବ୍ୟଞ୍ଜନରେ ଏହି ବାଦାମର ବ୍ୟବହାର ଅଧିକ ହୋଇଥାଏ । ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ମଧ୍ୟ ସର୍ବାଧିକ । ଏଥିରେ ଫାଇବର ୩.୫ ଗ୍ରାମ, ପ୍ରୋଟିନ ୬ ଗ୍ରାମ, ଭିଟାମିନ ଇ ୩୭ ପ୍ରତିଶତ, ମ୍ୟାଗ୍ନେସିୟମ ୨୦ ପ୍ରତିଶତ ରହିଥାଏ । ନିୟମିତ ଭାବେ ସମସ୍ତ ବର୍ଗର ଲୋକ ଏହାକୁ ଖାଇପାରିବେ । ୩ ବର୍ଷର ପିଲାଙ୍କଠାରୁ ୮୦ ବର୍ଷ ବୟସର ଲୋକ ବିଶେଷଜ୍ଞଙ୍କ ପରାମର୍ଶରେ ପେସ୍ତାବାଦାମ ଖାଇଲେ ସୋମାନଙ୍କର ଶକ୍ତି ବଢିଥାଏ ।

– ପେଟର ସମସ୍ୟା ହେଉଥିଲେ, ପ୍ରତ୍ୟହ ୨-୩ଟି ପେସ୍ତାବାଦାମ ଖାଇଲେ ମୁକ୍ତି ମିଳେ ।

– ଗର୍ଭବତୀ ମହିଳାଙ୍କ ପ୍ରସବ ପର୍ଯ୍ୟନ୍ତ ଏହା ଖାଇଲେ ଶିଶୁର ଖାରୀରିକ ଓ ମାନସିକ ଅଭିବୃଦ୍ଧି ହୋଇଥାଏ । ପ୍ରସବ ପରେ ମଧ୍ୟ ମହିଳାମାନେ ଏହା ଖାଇଲେ ସେମାନଙ୍କୁ ଶକ୍ତି ମିଳେ ।

– ପେସ୍ତାବାଦାମରେ ମହଜୁତ ଫସଫରସ ହାଡଗୋଡ ମଜବୁତ କରେ ।

– ମଧୁମେହ ରୋଗୀଙ୍କ ନିମନ୍ତେ ଏହା ମହୌଷଧି ରୂପେ କାମ କରିଥାଏ । ନିୟମିତ ସକାଳେ ୨ରୁ ୩ଟି ପେସ୍ତାବାଦାମ ଖାଇଲେ ମଧୁମେହ ନିୟନ୍ତ୍ରଣ ହେବା ସହ ଇନସୁଲିନ ଦ୍ୱାର ଆବଶ୍ୟକତା ପଡେନାହିଁ ।

– ସର୍ବେକ୍ଷଣରୁ ଜଣାପଡିଛି ଯେ ସପ୍ତାହକୁ ଅନ୍ତତଃ ୫ଦିନ ପେସ୍ତାବାଦାମ ଖାଇଲେ ହୃଦଘାତ ଆଶଙ୍କା ଖୁବ କମ ଥାଏ ।

– ଛାତ୍ରଛାତ୍ରୀମାନେ ପ୍ରତ୍ୟହ ବାଦାମ ଖାଇଲେ ସେମାନଙ୍କ ସ୍ମତି ଶକ୍ତି ପ୍ରଖର ହୋଇଥାଏ ।

– ଯୁବତୀ ଓ ମହିଳାମାନେ ନିୟମିତ ପେସ୍ତାବାଦାମ ଖାଇଲେ ସେମାନଙ୍କ ତ୍ୱଚାର ରଙ୍ଗ ସଫା ହେବା ସହ କେଶ ମଜବୁତ ହୋଇଥାଏ ।

– ଦୈନିକ ପେସ୍ତାବାଦାମ ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହୁଥିବା ବିଶେଷଜ୍ଞଙ୍କ ମତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More