Only for Entertainment

କେଶ ପାଇଁ ମହୌଷଧି ଘି-କୁଆଁରୀ, ଜାଣନ୍ତୁ କିପରି କରିବେ ବ୍ୟବହାର

Pura Botanica
0 144

ପ୍ରତ୍ୟେକଙ୍କ ଜୀବନଶୈଳୀ ଦ୍ରୃତଗତିରେ ପରିବର୍ତ୍ତନ ହେଉଛି । ତେବେ ଏହି କାରଣରୁ ଆମ ଶରୀର ଖୁବ କ୍ଷତିଗ୍ରସ୍ତ ହେଉଛି । ଆଜିକାଲି କେଶ ଝଡିବା ମୁଖ୍ୟ ସମସ୍ୟା ପାଲଟିଛି । ତେବେ ଏଥିରୁ ବର୍ତ୍ତିବାକୁ ହେଲେ ପ୍ରଚୀନ ପଦ୍ଧତିକୁ ଆପଣାଇବାକୁ ହେବ । ଅନେକ ବର୍ଷ ପୂର୍ବେ ଉଭୟ ପୁରୁଷ-ମହିଳା କେଶରେ ଘି-କୁଆଁରୀ ରସକୁ ହିଁ ଲଗାଇଥିଲେ । ତାହା କେଶ ପାଇଁ ମହୌଷଧି ବୋଲି ଆୟୁର୍ବେଦ ବିଶେଷଜ୍ଞଙ୍କ ମତ । ତେବେ ଆସନ୍ତୁ ଜାଣିବା କିପରି କରିବେ ଘି-କୁଆଁରୀକୁ ବ୍ୟବହାର…

  • ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ଓ ଖଣିଜତତ୍ତ୍ୱ ଭରପୂର ଘୁ-କୁଆଁରୀ ରସକୁ କେଶମୂଳରେ ଲଗାଇଲେ ତାହା କେଶର ଘନତ୍ୱ ବଢାଇବା ସହ କେଶ ଝଡିବା ବନ୍ଦ କରିଥାଏ ।
  • କେଶ ମାତ୍ରାଧିକ ଝଡୁଥିଲେ, ଶ୍ୟାମ୍ପୁରେ ଦୁଇଗୁଣ ଅଧିକ ଘି-କୁଆଁରୀ ମିଶାଇ କେଶ ସଫା କରନ୍ତୁ । ୨ ସପ୍ତାହ ଏହି ଉପାୟ କଲେ କେଶ ଝଡା କମ୍ ହୁଏ ।
  • ଘନତ୍ୱ ବଢାଇବା ନିମନ୍ତେ ୨ ଚାମଚ ନିଡିଆତେଲରେ ୧ ଚାମଚ ଘି-କୁଆଁରୀ ରସ ଓ ଶ୍ୟାମ୍ପୁକୁ ମିଶାଇ କେଶ ସଫା କରିବା ଉପକାରୀ ।
  • ରୁପି ସମସ୍ୟା ଦୂରେଇବା ନିମନ୍ତେ ଘି-କୁଆଁରୀ ରସରେ ଲେମ୍ବୁରସ ମିଶାଇ ଲଗାଇବା ଉଚିତ ।
  • ୧କପ ଘି-କୁଆଁରୀ ରସରେ ୨ ଚାମଚ ମେଥି ଗୁଣ୍ଡ ଓ ୧ ଚାମଚ ତେଲ ମିଶାଇ କେଶରେ ଲଗାଇ ୨୦ ମିନିଟ ପରେ ଧୋଇଲେ କେଶରେ ଚମକ ଆସିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More