Only for Entertainment

ଶରୀର ପାଇଁ ଉପକାରୀ ପାଚିଲା କଦଳୀ

Livestrong
0 69

ନିକଟରେ ଆଲବାମା ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଦଳ ପାଚିଲା କଦଳୀ ଖାଇବା ଉପରେ କେତୋଟି ରୋଚକ ତଥ୍ୟ ପ୍ରକାଶ କରିଛନ୍ତି । ଏହି ଫଲ ସ୍ୱ୍ୟସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବାବେଳେ ବିଶ୍ୱର ପ୍ରତ୍ୟେକ ପ୍ରନ୍ତରେ ସହଜରେ ଉପଲବ୍ଧ ହୋଇଥାଏ । ନିୟମିତ ଭାବେ କଦଳୀ ଖାଇବା ଶରୀର ପାଇଁ ଭଲ, ତେବେ ୨ଟି କଦଳୀ ଖାଇବା ଅଭ୍ୟାସ କଲେ ତାହା ସର୍ବୋତ୍ତମ ବୋଲି ବିଶେଷଜ୍ଞଙ୍କ ମତ ।

  • କଦଳୀରେ ପୋଟାସିୟମ, ଫାଇବର, କ୍ୟାଲସିୟମ ଭରପୂର ମାତ୍ରାରେ ମିଳିଥାଏ ଏହାକୁ ଖାଇବା ଦ୍ୱାରା କୋଲଷ୍ଟରଲ ନିୟନ୍ତ୍ରଣରେ ରହିଥାଏ । ହୃଦରୋଗୀମନେ ଏହି ଫଳ ଖାଇବା ଭଲ ।
  • ରକ୍ତହୀନତା ରୋଗୀଙ୍କ ନିମନ୍ତେ କଦଳୀ ଏକ ମହୌଷଧି । ଏଥିରେ ଥିବା ବିଭିନ୍ନ ପ୍ରକାରର ପୋଷକତତ୍ତ୍ୱ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ କରେ ।
  • ଦୈନିକ ୧ ଗ୍ଲାସ ଲୋ-ଫ୍ୟାଟ କ୍ଷୀର ସହ ୨ଟି କଦଳୀ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ୨ ମାସ ଏହିପରି ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିବା ସହିତ ଶାରିରୀକ ଶକ୍ତି ବଢେ ।
  • କଦଳୀରେ ଭରପୂର ଫାଇବର ଥିବାରୁ ତାହା ହଜମ ପ୍ରକ୍ରିୟା ଉତ୍ତମ କରିବା ସହ ଅମ୍ଳ ରୋଗ ଦୂର କରେ ।
  • ଏହି ଫଳରେ ଭିଟାମିନ ସି ପୋଷକତତ୍ତ୍ୱ ଥିବାରୁ ତାହା ଦ୍ୱାରା ମସ୍ତିଷ୍କ ଭଳଭାବେ କାର୍ଯ୍ୟକ୍ଷମ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More