Only for Entertainment

ହିନ୍ଦୁ ଧର୍ମରେ କଳା ଡୋରିର ମହତ୍ତ୍ୱ, ଜାଣନ୍ତୁ ଏହାକୁ ପିନ୍ଧିବାର ଉପାୟ

PujaShoppe
0 402

ହିନ୍ଦୁ ଧର୍ମରେ କଳା ଡୋରିର ମହତ୍ତ୍ୱ ରହିଛି । ଧାର୍ମିକ କାମରେ କଳା କପଡା ଓ କଳା ଡୋରିର ଉପଯୋଗ କରାଯାଇଥାଏ । ଏହା ଦ୍ୱାରା ନକରାତ୍ମକ ଦୋଷ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କଳା ଡୋରିକୁ କେଉଁଠି ଏବଂ କିପରି ପିନ୍ଧିବା ଆବଶ୍ୟକ ।

  • ଶନିବାର ଓ ରବିବାର ସନ୍ଧ୍ୟାରେ ଭୈରବ ମନ୍ଦିର ଯାଆନ୍ତୁ । କଳା ଡେରିରେ ଛୋଟ ଛୋଟ ୯ଟି ଗଣ୍ଠି ପକାଇ ପୂଜା କରନ୍ତୁ ଓ ଭୈରବଙ୍କୁ ସିନ୍ଦୁର ଲଗାନ୍ତୁ । ଏହି କଳା ଡୋରିକୁ ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା ଘରରକୁ କୁ-ନଜରରୁ ସୁରକ୍ଷା ମିଳିଥାଏ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
  • ରବିବାର ଭୈରବ ବା ହନୁମାନ ମନ୍ଦିରରେ ପୂଜା ହୋଇଥିବା କଳା ଡୋରି ଆଣି ଡାହାଣ ହାତ ମଣିବନ୍ଧରେ ବାନ୍ଧନ୍ତୁ । ଏହା କଲେ ଭାଗ୍ୟ ଉଦୟ ହେବ ଓ ବନ୍ଦ ହୋଇ ରହିଥିବା କାମ ଶେଷ ହେବ ।
  • ରବିବାର ସନ୍ଧ୍ୟାରେ ଭୈରବ ମନ୍ଦିରରୁ ସିନ୍ଦୁର ଲଗାଯାଇଥିବା କଳା ଡୋର ଆଣି ପିଲାଙ୍କ ମଣିବନ୍ଧରେ ବାନ୍ଧିବା ଫଳରେ ମନ୍ଦ ଶକ୍ତିରୁ ରକ୍ଷା ମିଳିଥାଏ । ଏହି ଡୋରି ପିଲାଙ୍କୁ ନଜର ଲାଗିବା ଠାରୁ ଦୂରେଇ ରଖେ ।
  • ଶନିବାର ହନୁମାନଙ୍କ ସିନ୍ଦୁର ଲଗାଇ କଳା ଡୋରକୁ ଗଳାରେ ପିନ୍ଧିବା ଫଳରେ ରୋଗରୁ ମୁକ୍ତି ମିଳେ । ବାରମ୍ବାର ରୋଗଗ୍ରସ୍ତ ହୋଇପଡୁଥିବା ଶିଶୁଙ୍କ ପାଇଁ ଏହା ଖୁବ ଉପକାରୀ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More