Only for Entertainment

ମେଦବହୁଳତା ଦୂର କରେ ଚୁଇଁଙ୍ଗମ

Smile Surfers
0 32

ଚୁଇଗମ୍‌ ଚୋବାଇବା ଦ୍ୱାରା ମିଳିଥାଏ ଅନେକ ସୁଫଳ। ଏହାଦ୍ୱାରା ପାଚନ କ୍ରିୟା ସ୍ବାଭାବିକ ହୁଏ। ନିୟମିତ ଚୁଇଗମ୍‌ ଚୋବାଇଲେ ପାଟିରୁ ଅଧିକ ଲାଳ କ୍ଷରଣ ହୋଇଥାଏ। ଏହା ଖାଦ୍ୟ ହଜମରେ ସହାୟକ ହୋଇଥାଏ। ଚୁଇଗମ୍‌ ଚୋବାଇବା ଦ୍ୱାରା ପ୍ରତି ଘଣ୍ଟାରେ ଶରୀରରୁ ୧୧ କ୍ୟାଲୋରୀ ଶକ୍ତି କମିଥାଏ। ଫଳରେ ମେଦବହୁଳତାରୁ ମିଳିଥାଏ ମୁକ୍ତି। ଚୁଇଗମ୍‌ ଚୋବାଇଲେ ଶରୀର ଉପରେ କିଭଳି ପ୍ରଭାବ ପଡ଼ିଥାଏ ସେ ନେଇ କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ଗବେଷକ ଆରମ୍ଭ କରିଥିଲେ ଗବେଷଣା। ସେମାନେ ଏହାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ।

ରିପୋର୍ଟରେ ଦର୍ଶାଯାଇଥିଲା ଚୁଇଗମ୍‌ ଦ୍ୱାରା ବିଭିନ୍ନ ଦାନ୍ତ ସମସ୍ୟାରୁ ମୁକ୍ତି ମିଳିବା ସହିତ ପାଟିର ଦୁର୍ଗନ୍ଧ ନାଶ ହୋଇଥାଏ। ଏହାଦ୍ୱାରା ମୁଖମଣ୍ଡଳରେ ଚର୍ବି କମ୍‌ ହୋଇଥାଏ। ପୂର୍ବରୁ କୁହାଯାଉଥିଲା ଯେ, ଚୁଇଗମ୍‌ ଚୋବାଇବା ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଚୁଇଙ୍ଗମ ଖାଇବା ସମୟରେ ସାବଧାନତା ଅବଳମ୍ବନ କରିବା ଭଲ। ବିଶେଷ କରି ଛୋଟ ପିଲାମାନଙ୍କୁ ଅତ୍ୟଧିକ ଚୁଇଙ୍ଗମ ଖାଇବାକୁ ଦେବା ଠିକ୍‌ ନୁହେଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More