Only for Entertainment

ଓଜନ କମାଇବାକୁ ଚାହୁଁଛନ୍ତି କି ? ଖାଦ୍ୟରେ ସାମିଲ କରନ୍ତୁ ନଡିଆ

Run Moore
0 43

ନଡ଼ିଆପାଣି ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ । କିନ୍ତୁ ନଡିଆକୁ ଏବେ ଯାଏ କ୍ୟାଲୋରୀ କାଉଣ୍ଟର ଭାବେ ଗଣାଯାଇନାହିଁ । ସାଚୁରେଟେଡ ଫ୍ୟାଟ ଲାଗି ନଡିଆର ଆଦର ବେଶୀ । ତେଣୁ ଯଦି ନଡିଆ ଖାଉନାହାନ୍ତି ତେବେ ଆଜି ହିଁ ନଡିଆକୁ ଖାଦ୍ୟରେ ସାମିଲ କରନ୍ତୁ । ଆସନ୍ତୁ ଜାଣିବା ନଡ଼ିଆର ଉପକାରୀତା ବିଷୟରେ ।

  • ଶକ୍ତି ଯୋଗାଏ
    ନଡ଼ିଆରେ ଥିବା ସାଚୁରେଟେଡ ଫ୍ୟାଟ ଅନ୍ୟ ଖାଦ୍ୟରୁ ମିଳୁଥିବା ସାଚୁରେଟେଡ ଫ୍ୟାଟ ଭଳି ନୁହେଁ । ଏହା ମିଡିୟମ-ଚେମ-ଟ୍ରାଇଗ୍ଲିସେରାଇଡ (ଏମିସିଟି) ଫ୍ୟାଟ । ଏହା ଶରୀରରେ କ୍ୱଚିତ ଜମାଟ ବାନେ୍ଧ । ବ୍ଲଡ ସୁଗାର ସ୍ତର ବୃଦ୍ଧି ନ କରି କାର୍ବୋହାଇଡ୍ରେଟସ ପରି ଏହା ଶରୀରକୁ ଶକ୍ତି ଯୋଗାଏ ବୋଲି ଇଂଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଓବେସିଟି ଆଣ୍ଡ ମେଟାବଲିକ ଡିଜଅର୍ଡରରେ ପ୍ରକାଶ ପାଇଛି । କୁହାଯାଇଛି ଯେ, ଏମିସିଟି ପୁରୁଷଙ୍କ ଫ୍ୟାଟ ଓ କ୍ୟାଲୋରୀ କ୍ଷୟ କରିବାରେ ସାହାଯ୍ୟ କରିବା ସହ ଶରୀରରେ କମ ଫ୍ୟାଟ ଜମା କରେ ।
  • କମ କାର୍ବୋହାଇଡ୍ରେଟସ
    ନଡ଼ିଆରେ ବେଶୀ ମାଇକ୍ରୋନ୍ୟୁଟ୍ରିଆଂଟ ନାହିଁ । ୧୦୦ ଗ୍ରାମ ନଡ଼ିଆରେ ୧୫ ଗ୍ରାମ କାର୍ବୋହାଇଡ୍ରେଟସ ରହିଛି । ଏଣୁ ଖାଦ୍ୟକୁ ଯଦି କାର୍ବୋହାଇଡ୍ରେଟସ କମ କରିବାକୁ ଚାହୁଁଛନ୍ତି ତେବେ ନଡ଼ିଆ ଖାଇପାରିବେ ।
  • କ୍ୟାଲୋରୀ
    ନଡ଼ିଆରେ କମ କାର୍ବୋହାଇଡ୍ରେଟସ ରହିଥିଲେ ବି ସେଥିରେ କ୍ୟାଲୋରୀ ମାତ୍ରା କମ ନୁହେଁ । ୧୦୦ ଗ୍ରାମ ନଡ଼ିଆରୁ ୩୫୪ କ୍ୟାଲୋରୀ ରହିଛି । ଡାଏଟିସିଆନଙ୍କ ମତରେ ନିୟମିତ ଦରକାର କ୍ୟାଲୋରୀର ଏକ ପଂଚମାଂଶ ନଡ଼ିଆରୁ ପୂରଣ କରିବା ଉଚିତ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More