Only for Entertainment

ସ୍ୱାସ୍ଥ୍ୟ ପାଇଁ ବିଶେଷ ଉପକାରୀ ଲବଙ୍ଗ । ଜାଣନ୍ତୁ ଏହାର ପାଂଚଟି ଔଷଧୀୟ ଗୁଣ ।

Healtheatingfood
0 56

ଲବଙ୍ଗକୁ ଆମେ ସାଧାରଣତଃ ଘରେଘରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରିଥାଉ । କିମ୍ବା ଅତିଥି ଘରୁ ଯିବା ସମୟରେ ତାଙ୍କ ହାତରେ ଧରାଇ ଦେଇଥାଉ । ଏହା ସମସ୍ତଙ୍କ ପ୍ରାୟ ଜଣାଥାଏ । କିନ୍ତୁ ଲବଙ୍ଗର ଏପରି କିଛି ଫାଇଦା ଅଛି ଯାହା ଆପଣ କେବେ ବି ଶୁଣିନଥିବେ । ତେବେ ଲବଙ୍ଗର ଅନେକ ଉପକାରିତା ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ ଲବଙ୍ଗ ଖାଇବାର ଉପକାରିତା

  • ଲବଙ୍ଗ ତେଲରେ ଆଂଟିଅକ୍ସିଡେଂଟ, ରୋଗ ପ୍ରତିରୋଧୀ, ଜୀବାଣୁରୋଧୀ, ଆଂଟିଭାଇରାଲ, ଆଂଟିସେପ୍ଟିକ ସହ ଯନ୍ତ୍ରଣା ଆଦି କମାଇବାର ଗୁଣ ଭରପୁର ମାତ୍ରାରେ ଥାଏ । ଏହାକୁ ଔଷଧରେ ମଧ୍ୟ ପ୍ରୟୋଗ କରାଯାଏ ।
  • ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଲବଙ୍ଗ ଚୋବାନ୍ତୁ । ଏହା ପାଟିରେ ଥିବା ବ୍ୟାକଟେରିଆକୁ ନାଶ କରିଥାଏ । କେବଳ ଏହା ନୁହେଁ ଲବଙ୍ଗ ଦାନ୍ତ ଓ ମାଢିକୁ ସୁସ୍ଥ ରଖିବା ସହିତ ସଂକ୍ରମଣ ଓ ଦାନ୍ତ ପୀଡାରୁ ମୁକ୍ତି ମଧ୍ୟ ଦେଇଥାଏ ।
  • ଲବଙ୍ଗ ହଜମ ପ୍ରକ୍ରିୟାକୁ ଠିକ କରିଥାଏ । ଏହା ପେଟ ଯନ୍ତ୍ରଣା, ଗ୍ୟାସ, ବାନ୍ତି, ପେଟର ସମସ୍ୟା, ତରଳଝାଡା, ଥଣ୍ଡା, କାଶ ଓ ଗଳାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ ।
  • ଯଦି ଆଣ୍ଠୁ ଗଣ୍ଠି ସମସ୍ୟା ଥାଏ ତେବେ ଲବଙ୍ଗ ତେଲକୁ ମାଲିସ କରନ୍ତୁ । ଏଥିରେ କ୍ୟାଲସିୟମ, ଓମେଗା ୩ ଏସିଡ ଏବଂ ଆଇରନ ଅଧିକ ମାତ୍ରାରେ ଥାଏ । ଯାହା ଫଳରେ ହାଡ ଏବଂ ଗଣ୍ଠି ସୁସ୍ଥ ରହିଥାଏ । ଏହା ସହ ଲବଙ୍ଗ ଖାଇବା ଦ୍ୱାରା ଚାପ ଦୂର ହୋଇଥାଏ । ଲବଙ୍ଗର ସୁଗନ୍ଧରେ ମନ ଶାନ୍ତ ହୋଇଥାଏ ।
  • ଲବଙ୍ଗ ଯୁକ୍ତ ଚା ପିଇବା ଦ୍ୱାରା ଚାପ ଦୂର ହୋଇଥାଏ । ପାଣିରେ ଲବଙ୍ଗ ତେଲର କିଛି ବୁନ୍ଦା ପକାଇ ଗାଧୋଇବା ଫଳରେ ସତେଜ ଅନୁଭବ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More